fbpx

ପୌର ନିର୍ବାଚନ: ୧୧ଟା ସୁଦ୍ଧା ୨୧% ମତଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୧୧ଟା ସୁଦ୍ଧା ୨୧% ମତଦାନ ହୋଇଛି । ୨୧% ମତଦାନ ନେଇ ଏସଇସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସକାଳ ୮ଟାରୁ ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି, ଯାହାକି ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୩ଟି ମହାନଗର ନିଗମ, ୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ୪୭ଟି ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ଚାଲିଛି । ଆଜି ମତଦାନ ସାବ୍ୟସ୍ତ କରୁଛନ୍ତି ୪୦ ଲକ୍ଷରୁ ଉଦ୍ଧ୍ୱର୍ ମତଦାତା । ମତଦାନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.