fbpx

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା: ଲାଗିଲା ଏଭଳି ଏକ ସଙ୍ଗୀନ ଆରୋପ

କଲମ୍ବୋ: ଭାରତର ୧୬ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ଶ୍ରୀଲଙ୍କାର ନୌସେନା ବିଭାଗ । ସାମୁଦ୍ରିକ ସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା କୁହାଯାଇଛି । ତେବେ ଗିରଫ ହୋଇଥିବା ମତ୍ସ୍ୟଜୀବୀ ତାମିଲନାଡୁ ଅଞ୍ଚଳର ହୋଇଥିବା କହିଛନ୍ତି ଅଧିକାରୀ ।

ତାମିଲନାଡୁର ମତ୍ସ୍ୟପାଳନ ବିଭାଗର ଅଧିକାରୀ କହିଛନ୍ତି ଯେ, ଏମାନଙ୍କୁ ଦୁଇଟି ଅଲଗା ଘଟଣାରେ ଗିରଫ କରାଯାଇଛି । ଏହା ସହିତ ସେମାନଙ୍କ ଯାନ୍ତ୍ରିକ ଡଙ୍ଗାକୁ ମଧ୍ୟ ଜବତ କରି ନେଇଛନ୍ତି ଶ୍ରୀଲଙ୍କାର ନୌସେନା ବିଭାଗ । ୧୬ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ମନ୍ନାରର ଖାଡିରୁ ଗିରଫ କରାଯାଇଛି । ତେଣୁ ଅଲଗା ଅଲଗା ଘଟଣାରେ ତାମିଲନାଡୁର ଅନେକ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା ନୌସେନା ।

Get real time updates directly on you device, subscribe now.