fbpx

ଟଙ୍କା ବାଣ୍ଟିବା ଅଭିଯୋଗ: ବଲାଙ୍ଗିରରେ ବିଧାୟକଙ୍କ ଭାଇକୁ ମାଡ଼

ବଲାଙ୍ଗିର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ଚାଲିଥିବା ପରେ ବଲାଙ୍ଗିରରେ ଘଟିଯାଇଛି ଏକ ଅଘଟଣ । ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ଭାଇକୁ ହୋଇଛି ମାଡ଼ । ପାଟଣାଗଡ଼ ବିଧାୟକ ସରୋଜ ମୋହେରଙ୍କ ଭାଇ ପ୍ରଦୀପ ମେହେରଙ୍କୁ ମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପାଟଣାଗଡ଼ ଏନଏସି କୋଲପଡ଼ାରେ ପ୍ରଦୀପଙ୍କୁ ମାଡ଼ ମାରିଛନ୍ତି ବିଜେପି କର୍ମୀ । ପ୍ରଦୀପ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ବିଜେପି କର୍ମୀମାନେ ପ୍ରଦୀପଙ୍କୁ ନିର୍ଧୁମ ପିଟିଛନ୍ତି ।

ତେବେ ଆଜି ସକାଳ ୮ଟାରୁ ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି, ଯାହାକି ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୩ଟି ମହାନଗର ନିଗମ, ୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ୪୭ଟି ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ଚାଲିଛି । ଆଜି ମତଦାନ ସାବ୍ୟସ୍ତ କରୁଛନ୍ତି ୪୦ ଲକ୍ଷରୁ ଉଦ୍ଧ୍ୱର୍ ମତଦାତା । ମତଦାନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.