fbpx
BJD SKY
BJD SKY

ଭାଙ୍ଗିବ ମାଲିଙ୍ଗାଙ୍କ ରେକର୍ଡ: ତଥାପି ଏହି କାରନାମା କରିବାରେ ରହିବ ବିଦେଶୀ ଖେଳାଳିଙ୍କ ଦବଦବା

BJD

ନୂଆଦିଲ୍ଳୀ: ଇଣ୍ଡିଆନ ପ୍ରମିୟର ଲିଗର ଚଳିତ ସିଜନରେ ଭାଙ୍ଗିପାରେ ୟର୍କର କିଙ୍ଗ ଲାସିଥ ମାଲିଙ୍ଗାଙ୍କ ରେକର୍ଡ । ଦୀର୍ଘ ଦିନରୁ ତାଙ୍କ ନାମରେ ରହିଥିବା ଏହି ରେକର୍ଡକୁ ଛଡାଇ ନେଇ ପାରନ୍ତି ଆଉ ଜଣେ ଷ୍ଟାର ଅଲାରାଉଣ୍ଡର । IPL ଇତିହାସରେ ସବୁଠାରୁ ଅଧିକ ୱିକେଟ ନେବାର ରେକର୍ଡ ଏବେ ପର୍ଯ୍ୟନ୍ତ ଲାସିଥ ମାଲିଙ୍ଗାଙ୍କ ନାମରେ ରହିଛି । କିନ୍ତୁ ତାଙ୍କଠାରୁ ମାତ୍ର ୩ ପାଦ ଦୂରରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଲରାଉଣ୍ଡର ଡ୍ୱେନ ବ୍ରାଭୋ । ତେଣୁ ସେ ଚଳିତ ସିଜନରେ ଏହି ରେକର୍ଡକୁ ନିଜ ନାମରେ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

IPLରେ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ବୋଲର ଲାସିଥ ମାଲିଙ୍ଗା ମୋଟ ୧୭୦ ୱିକେଟ ହାସଲ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । କିନ୍ତୁ ଚେନ୍ନାଇର ଅଲରାଉଣ୍ଡର ବ୍ରାଭୋ ୧୬୭ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେଣୁ ଚଳିତ ସିଜନରେ ବ୍ରାଭୋ ଏହି ରେକର୍ଡ ଭାଙ୍ଗିବେ ବୋଲି ଯଥେଷ୍ଟ ସମ୍ଭାବନା ରହିଛି । ସିଜନରେ ନିଜର ଚତୁର୍ଥ ୱିକେଟ ନେବା କ୍ଷଣି ହିଁ ଏହି ରେକର୍ଡକୁ ନିଜ ନାମରେ କରିନେବେ ବ୍ରାଭୋ । ତେବେ ରେକର୍ଡ ଭାଙ୍ଗିଲେ ମଧ୍ୟ ଏହା ବିଦେଶୀ ଖେଳାଳିଙ୍କ ନାମରେ ହିଁ ରହିବ । ତେବେ ସକ୍ରିୟ ଭାରତୀୟ ବୋଲରଙ୍କ ଭିତରେ ଅଶ୍ୱୀନ ସର୍ବାଧିକ ୧୪୫ ୱିକେଟ ନେଇଛନ୍ତି । ଫଳରେ ତାଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ସାମାନ୍ୟ କଷ୍ଟ ହେବ । ତେବେ ଅମିତ ମିଶ୍ରା, ପିୟୁସ ଚାୱଲା ଏବଂ ହରଭଜନ ସିଂହ ଏହି ତାଲିକାରେ ଅଶ୍ୱୀନଙ୍କଠାରୁ ଅଧିକ ୱିକେଟ ନେଇଥିଲେ ମଧ୍ୟ ରେ ସେମାନେ ସକ୍ରିୟ ନାହାନ୍ତି ।

 

Get real time updates directly on you device, subscribe now.