fbpx
BJD
BJD SKY
BJD SKY

EPFO ଗ୍ରାହକଙ୍କ ପାଇଁ ଜରୁରୀ ଖବର! ସାରିଦିଅନ୍ତୁ ଏହି କାମ, ୭ ଲକ୍ଷର ହେବ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ କେଉଁଠାରେ ଚାକିରି କରୁଛନ୍ତି ଓ ଆପଣଙ୍କ ପିଏଫ୍ ଆକାଉଣ୍ଟ ଅଛି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜ ଗ୍ରାହକମାନଙ୍କ ପାଇଁ ଇ-ନୋମିନେସନ ବାଧ୍ୟତାମୂଳକ କରିଛି । ଇ-ନୋମିନେସନ ବିନା ଆପଣ ପିଏଫ୍ ଆକାଉଣ୍ଟର ବାଲାନ୍ସ ଚେକ୍ କରିପାରିବେ ନାହିଁ । ଏହା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଆପଣଙ୍କୁ ମିଳିବ ନାହିଁ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜର ଗ୍ରାହକମାନଙ୍କ ପାଇଁ ଇ-ନୋମିନେସନ ବାଧ୍ୟତାମୂଳକ କରିଛି ।

ତେବେ ଇପିଏଫଓ ଆକାଉଣ୍ଟରେ ଇ-ନୋମିନେସନ କରିବାରୁ ଆକାଉଣ୍ଟଧାରୀଙ୍କ ପରିବାରକୁ ସାମାଜିକ ସୁରକ୍ଷା ମିଳିଥାଏ । ଇପିଏଫଓ ନୋମିନିର ସୂଚନା ଦେବା ପାଇଁ ଇ-ନାମାଙ୍କନର ସୁବିଧା ମଧ୍ୟ ଦେଉଛି । ଏଥିରେ ଯେଉଁ ଲୋକଙ୍କର ନାମାଙ୍କନ ନାହିଁ, ସେମାନଙ୍କୁ ସୁଯୋଗ ଦିଆଯାଉଛି । ଏହା ପରେ ଅନଲାଇନ୍ ନୋମିନିଙ୍କ ନାଁ, ଜନ୍ମ ତାରିଖ ଭଳି ତଥ୍ୟ ଅପଡେଟ କରାଯିବ । ଇପିଏଫଓ ନିଜ ଗ୍ରାହକମାନଙ୍କୁ ଇ-ନୋମିନେସନ କରିବାକୁ ପରାମର୍ଶ ଦେଇଛି । ଏପରି କରିବା ଦ୍ୱାରା ଆକାଉଣ୍ଟଧାରୀଙ୍କ ମୃତ୍ୟୁ ହେବା ଘଟଣାରେ ନୋମିନି ଓ ପରିବାରବର୍ଗଙ୍କୁ ପିଏଫ୍, ପେନସନ୍ ଓ ଇନସୁରାନ୍ସ ସହ ଜଡ଼ିତ ଟଙ୍କା ଆଣିବାରେ ସାହାର୍ଯ୍ୟ ମିଳିବ । ଏଥିରେ ନୋମିନି ଅନଲାଇନ୍ ଦାବି ମଧ୍ୟ କରିପାରିବେ ।

ଇପିଏଫ୍ ଗ୍ରାହକମାନଙ୍କୁ ଇଡିଏଲଆଇ ବୀମା କଭର ଅଧୀନରେ ବୀମା କଭରର ସୁବିଧା ମଧ୍ୟ ମିଳିଥାଏ । ଏହି ଯୋଜନାରେ ମନୋନୀତ ବ୍ୟକ୍ତିଙ୍କୁ ସର୍ବାଧିକ ୭ ଲକ୍ଷ ଟଙ୍କା ବୀମା କଭର ପ୍ରଦାନ କରାଯାଉଛି । ବିନା ନୋମିନେସନରେ ଯଦି ସଦସ୍ୟ ମୃତ୍ୟୁ ହୋଇଯାଏ, ତେବେ କ୍ଲେମକୁ ପ୍ରୋସେସ କରିବାରେ ଅସୁବିଧା ହୋଇଥାଏ ।

Get real time updates directly on you device, subscribe now.