fbpx

ବୁଥ ରିଗିଂକୁ ନେଇ ଭଦ୍ରକରେ ଯୁବକଙ୍କୁ ଛୁରାମାଡ଼

ଭଦ୍ରକ(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ବୁଥ ସାମ୍ନାରେ ଯୁବକଙ୍କୁ ହୋଇଛି ଛୁରାମାଡ଼ । ବୁଥ ରିଗିଂ ଅଭିଯୋଗରେ ଛୁରାମାଡ଼ ହୋଇଥିବା ଜଣାପଡିଛି । ଭଦ୍ରକ ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥରେ ଘଟିଛି ଏହି ଘଟଣା । ବୁଥ ରିଗିଂକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଭୋଟ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଯୁବକଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଛୁରାମାଡ଼ ପ୍ରତିବାଦରେ ଲୋକମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.