fbpx

ବଢୁଛି ରାଜନୈତିକ ହିଂସା: ପୂର୍ବ ଶତୃତାକୁ ନେଇ ବ୍ଲକ ଉପାଧ୍ୟକ୍ଷଙ୍କୁ ଆକ୍ରମଣ ଅଭିଯୋଗ

ନୟାଗଡ: ଥମୁନି ରାଜନୈତିକ ହିଂସାକାଣ୍ଡ । ନିର୍ବାଚନରେ ହିଂସାକାଣ୍ଡ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ସାରା ରାଜ୍ୟରେ ପୌର ନିର୍ବାଚନ ଚାଲୁ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସା ଏବଂ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳୁଛି । ନୟାଗଡ ଜିଲ୍ଲାରେ ମଧ୍ୟ କିଛି ଏଭଳି ଘଟଣା ସାମନାକୁ ଆସିଛି । ଖଣ୍ଡପଡାର ଉପାଧ୍ୟକ୍ଷଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ନୟାଗଡ ଖଣ୍ଡପଡା ବ୍ଲକର ଉପାଧ୍ୟକ୍ଷ ଶିଶିର ସାହୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଛି । ରାଜନୈତିକ ଶତ୍ରୁତାକୁ ନେଇ ଶିଶିରଙ୍କୁ କିଛି ଲୋକ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଖଣ୍ଡପଡା ମହିଳା ମହାବିଦ୍ୟାଳୟ ବୁଥ ସମ୍ମୁଖରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଥିବା ଜଣାଯାଇଛି । ପୂର୍ବ ଶତୃତାକୁ ନେଇ ବ୍ଲକ ଉପାଧ୍ୟକ୍ଷଙ୍କୁ ମାଡ ମାରି ଆହତ କରିଥିବା ପୋଲିସକୁ ଖବର ମିଳିଥିଲା । ତେବେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.