ଦୈନନ୍ଦିନ ଜୀବନରେ ଏହା ପିଇବା ଦ୍ଵାରା ଜିନରେ ଆସିଥାଏ ପରିବର୍ତ୍ତନ

News across the Earth, news close to your heart, Read Odisha Bhaskar English

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ମଦ୍ୟପାନ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ କରେ। ଏହାଯୋଗୁ କର୍କଟ ରୋଗ ସୃଷ୍ଟି ହୋଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି।

ସୁରାସାର ଜିନ୍‌ଗତ ସଂରଚନାକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଥାଏ । ତେଣୁ ଜୀବନଶୈଳୀରେ ନିୟମିତ ମଦ୍ୟପାନ ନ କରିବା ଉଚିତ ବୋଲି ଗବେଷକ ସୂଚିତ କରିଛନ୍ତି। ଏହା ଶରୀରରେ ଏସିଟାଲଡିହାଇଡ୍‌ ପ୍ରସ୍ତୁତ କରେ। ଯାହାକି ଜିନ୍‌ରେ ପରିବର୍ତ୍ତନ ଆଣିଥାଏ।

ଏହାର ପ୍ରଭାବରେ ଡିଏନ୍‌ଏ ସଂରଚନାରେ ପରିବର୍ତ୍ତନ ଆସିଥାଏ। ସୁରାସାର ଦ୍ୱାରା ସ୍ତନକର୍କଟ ଓ ପାଚକଯନ୍ତ୍ର କର୍କଟ ସମେତ ୭ ପ୍ରକାର କର୍କଟ ରୋଗ ସୃଷ୍ଟି ହୋଇଥାଏ।

ସୁରାସାର ଆଲଡିହାଇଡ୍‌ ହାେଇଡ୍ରୋଜେନେଜ୍‌ ଏଞ୍ଜାଇମ୍‌କୁ ନଷ୍ଟ କରିଥାଏ। ଫଳରେ ଏସିଟେଟ୍‌ ସୃଷ୍ଟି ହୋଇଥାଏ। ଏହି ଏଞ୍ଜାଇମ୍‌ର ଅଭାବରେ ଶରୀରରେ ଡିଏନ୍‌ଏ ସଂରଚନାରେ ବ୍ୟତିକ୍ରମ ଦେଖାଯାଇଥାଏ ବୋଲି ବ୍ରିଟେନ୍‌ କର୍କଟ ଗବେଷଣା ପରିଷଦ ପକ୍ଷରୁ କରାଯାଇଥିବା ଗବେଷଣା ରିର୍ପୋଟରେ ଉଲ୍ଲେଖ କରାଯାଇଛି।

Get real time updates directly on you device, subscribe now.