fbpx
BSKY
BJD MC SKY
BJD YOUTH SKY

ସେପ୍ଟେମ୍ବର ୫ ତାରିଖରେ ହେବ ଭୋଟ, ୮ ରେ ଆସିବ ଫଳାଫଳ; ମୁଖ୍ୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ; ଦେଶର ୬ ଟି ରାଜ୍ୟରେ ହେବାକୁ ଯାଉଛି ଉପନିର୍ବାଚନ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିବ ଉପନିର୍ବାନ ମୁକାବିଲା ,ଏନେଇ ଘୋଷଣା ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୬ ଟି ରାଜ୍ୟର ୭ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଝାଡଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଭଳି ପ୍ରମୁଖ ରାଜ୍ୟରେ ହେବ ଉପନିର୍ବାଚନ । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ମତଦାନ ଗ୍ରହଣ କରାଯିବ ଏବଂ ୮ ତାରିଖ ଦିନ ଏହାର ଫଳାଫଳ ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ ।

୨୦୨୪ ସାଧାରଣ ନିର୍ବାଚନ ନିକଟରେ ଥିବା ବେଳେ ଏହି ଉପନିର୍ବାନ ଗୁଡିକ ବେଶ୍ ଗୁରୁତ୍ୱ ରହିବ ବୋଲି ଅନୁମାନ କରାଯାଇଛି । ସେହିପରି ଜାତୀୟ ରାଜନୀତି ସମୀକରଣକୁ ନେଇ ଏବେ ଖୁବ ଚର୍ଚ୍ଚା ଥିବା ବେଳେ ହେବାକୁ ଯାଉଥିବା ଉପନିର୍ବାଚନ ଗୁଡିକରେ କଡା ମୁକାବିଲା ଦେଖିବାକୁ ମିଳିବ ।

Get real time updates directly on you device, subscribe now.