fbpx

ଆଗାମୀ ୫ ମାସରେ ୫୦,୦୦୦ ନବାଗତଙ୍କୁ ନିଯୁକ୍ତି ଦେଇପାରନ୍ତି ଭାରତୀୟ ଆଇଟି କମ୍ପାନୀ: ରିପୋର୍ଟ

ନୂଆଦିଲ୍ଲୀ: ନିକଟରେ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଭାରତୀୟ ଆଇଟି ସେକ୍ଟରରେ ଆଗାମୀ କିଛି ମାସ ମଧ୍ୟରେ ବଡ଼ ସଂଖ୍ୟାରେ ନୂତନ ନିଯୁକ୍ତିର ଆଶା ରହିଛି । ଏଡୁଟେକ୍ କମ୍ପାନୀ ଟିମ୍‌ଲିଜ୍ ନିକଟରେ କରିଥିବା ସର୍ଭେ ରିପୋର୍ଟରେ କହିଛି ଯେ, ଭାରତୀୟ ଆଇଟି ଏବଂ ଅନ୍ୟ କମ୍ପାନୀମାନେ ବିଭୀନ୍ନ ପଦବୀରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୫୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତ ହେଉଛନ୍ତି ।

ଇ-ଟେକ୍ ପ୍ଲାଟଫର୍ମ କହିଛି ଯେ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ସାଇବର ସିକ୍ୟୁରିଟି ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳରେ ନୂତନ ବ୍ୟବସାୟ ସୁଯୋଗର ଆବିର୍ଭାବ ସହିତ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ପଦକ୍ଷେପଗୁଡ଼ିକର ଶୀଘ୍ର ଗ୍ରହଣ କରିବା, ଯଥେଷ୍ଟ ଅଭିବୃଦ୍ଧି ପାଇଁ ଆଇଟି ଇଣ୍ଡଷ୍ଟ୍ରି ମଧ୍ୟରେ ଏକ ଅନୁକ୍ରମଣିକା ହୋଇପାରିଛି । ଯାହାକୁ ଆଗାମୀ ଦିନରେ ପ୍ରତ୍ୟେକ କମ୍ପାନୀ ଆପଣାଇବାକୁ ଯାଉଛନ୍ତି । ଯେଉଁଥିପାଇଁ ନୂତନ ବିଦ୍ଧିମତା କର୍ମଚାରୀମାନଙ୍କ ଆବଶ୍ୟକତା ରହିବ, ଏବଂ ଆଗାମୀ ସମୟରେ କମ୍ପାନୀମାନେ ନବାଗତମାନଙ୍କୁ ନିଯୁକ୍ତି ପ୍ରଦାନ କରିବେ ।

ସମଗ୍ର ଭାରତରେ ୧୮ ଟି ଶିଳ୍ପରେ ୭୩୭ ଟି କ୍ଷୁଦ୍ର, ମଧ୍ୟମ ଏବଂ ବୃହତ କମ୍ପାନୀ ଉପରେ ସର୍ଭେ କରିବା ପରେ ଟିମ୍ ଲିଜ୍ ରିପୋର୍ଟରେ ଦର୍ଶାଯାଇଛି ଯେ ଷ୍ଟାର୍ଟଅପ୍ ସମେତ କମ୍ପାନୀଗୁଡିକରେ ନିଯୁକ୍ତି ଉଦ୍ଦେଶ୍ୟ ଜୁଲାଇ-ଡିସେମ୍ବର ୨୦୨୩ ମଧ୍ୟରେ ୭୩% ରହିଛି । ନବାଗତଙ୍କ ପାଇଁ ନିଯୁକ୍ତି ଉଦ୍ଦେଶ୍ୟ ୬୫% ଅଟେ । ଚଳିତ ବର୍ଷ ଜାନୁଆରୀ-ଜୁନ୍ ମଧ୍ୟରେ ୬୨% ତୁଳନାରେ ନୂତନ ପ୍ରତିଭାର ଚାହିଦା ୩% ବୃଦ୍ଧି ପାଇଛି ।

ଏହି ଧାରାରେ ଇ-ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା(୫୯%) ଟେଲିକମ୍ୟୁନିକେସନ୍‌(୫୩%) ଏବଂ ଇଞ୍ଜିନିୟରିଂ ଏବଂ ଇନଫ୍ରାଷ୍ଟ୍ରକ୍‌ଚର(୫୦%) କ୍ଷେତ୍ରରେ ସର୍ବାଧିକ ନିଯୁକ୍ତି ହୋଇପାରେ । ଏହି କ୍ଷେତ୍ରରେ ନିଯୁକ୍ତି ମିଳିବାକୁ ଥିବା ପଦବୀ ଗୁଡ଼ିକ ହେଉଛି ଡେଭେଲପର ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଟାଣ୍ଟ, ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍(ଏସ୍‌ଇଓ) ଆନାଲିଷ୍ଟ, ଏବଂ ୟୁଏକ୍ସ ଡିଜାଇନର୍ ।

ଏଥିରେ ଯୋଗ କରାଯାଇଛି ଯେ ବିଜନେସ୍ ଆନାଲିଟିକ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଏନକ୍ରିପସନ୍, ଯୋଗାଣ ଶୃଙ୍ଖଳା ପରିଚାଳନା, ମେସିନ୍ ଲର୍ନିଂ, ଡାଟା ଆନାଲିସିସ୍ ଏବଂ ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ (ଏସ୍‌ଇଓ) ହେଉଛି କେତେକ ଗୁରୁତ୍ୱପୂର୍ଣ୍ଣ ଡୋମେନ୍ କୌଶଳ ଯାହା ନିଯୁକ୍ତିଦାତାମାନେ ନବାଗତାଙ୍କୁ ନିଯୁକ୍ତି ଦେବାକୁ ଇଛା ପ୍ରକାଶ କରୁଛନ୍ତି।

Get real time updates directly on you device, subscribe now.