fbpx
BJD SKY
BJD SKY

ଶ୍ରୀକ୍ଷେତ୍ର ପୁରୀରୁ ସ୍ୱର୍ଗକୁ ଲାଗିଛି ସିଡ଼ି: ଏହି ବାଟ ଦେଇ ଆତ୍ମା ଯାଏ ବୈକୁଣ୍ଠ ଧାମ

BJD

ଶ୍ରୀକ୍ଷେତ୍ର ପୁରୀକୁ ଆସିଲେ ମଣିଷର ସମସ୍ତ ପାପ ଧୋଇ ହୋଇଯାଏ ଏବଂ ସେ ପବିତ୍ର ହୋଇଯାଏ ବୋଲି ବିଶ୍ୱାସ ରହିଛି । କାରଣ ସ୍ୱୟଂ ମହାପ୍ରଭୁ ଶ୍ରୀବିଷ୍ଣୁ ଏଠାରେ ଶ୍ରୀଜଗନ୍ନାଥଙ୍କ ରୂପରେ ଆବିର୍ଭାବ ହୋଇଛନ୍ତି । ଏଠାକୁ ଆସିଲେ ଆତ୍ମାକୁ ତୃପ୍ତି ମିଳେ ଏବଂ ମନକୁ ଶାନ୍ତି ମିଳେ । ଏହାବ୍ୟତୀତ ସ୍ୱର୍ଗଦ୍ୱାରରେ ଯେଉଁ ବ୍ୟକ୍ତିମାନଙ୍କର ଅନ୍ତିମ ସଂସ୍କାର କରାଯାଏ, ସେମାନେ ବୈକୁଣ୍ଠଧାମକୁ ଯାଆନ୍ତି ବୋଲି ମଧ୍ୟ ବିଶ୍ୱାସ କରାଯାଏ । ତେବେ ଏହି ଶ୍ରୀକ୍ଷେତ୍ର ପୁରୀରୁ ସ୍ୱର୍ଗପୁରୀକୁ ଏକ ସିଡ଼ି ରହିଛି ।

କଥା କଥାକେ କୁହନ୍ତି ବଡ଼ ଲୋକଙ୍କୁ ଉତ୍ତର ନାହିଁ ସ୍ୱର୍ଗକୁ ନିଶୁଣି ନାହିଁ  । କଣ ପ୍ରକୃତରେ ସ୍ୱର୍ଗକୁ ନିଶୁଣି ନାହିଁ ?  ଆଜି ଆମେ ଆପଣଙ୍କୁ ଜଣାଇବୁ ସତ କଣ ? ସ୍ୱର୍ଗକୁ ରହ଼ିଛି ସିଡ଼ି  । ସ୍ୱର୍ଗକୁ ଦ୍ୱାର ମଧ୍ୟ ଅଛି  । ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ  । ହେଲେ ଏକଥା ସମ୍ପୂର୍ଣ୍ଣ ସତ  । ଯାହା ଆଜି ଆମେ ଆପଣଙ୍କୁ ସେହି ସତ୍ୟ ଜଣାଇବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା କେଉଁଠି ରହିଛି ସ୍ୱର୍ଗକୁ ସିଡ଼ି । ଜନମ ଥିଲେ ମରଣ ଅଛି । ହେଲେ ମୃତ୍ୟୁ ପରେ କିଏ ସ୍ୱର୍ଗକୁ ଯିବ ଆଉ କିଏ ନର୍କକୁ ଯିବ ତାହା ସ୍ୱୟଂ ଯମରାଜ ନିର୍ଣ୍ଣୟ ନିଅନ୍ତି ବୋଲି ବିଶ୍ୱାସ ରହିଛି  । ତେବେ ଆମେ ଜାଣନ୍ତି ଭଲକାମ କଲେ ସ୍ୱର୍ଗ ପ୍ରାପ୍ତି ହୁଅନ୍ତି ଏବଂ ମନ୍ଦ କାମ କଲେ ହୁଅନ୍ତି ନର୍କପ୍ରାପ୍ତି ହୋଇଥାଆନ୍ତି ।  ତେବେ କଣ ଭଲ କାମ କରନ୍ତୁ ବା ନ କରନ୍ତୁ ସିଧାସଳଖ ସ୍ୱର୍ଗକୁ ଯାଇ ହେବ ? ଆଉ ଏଥିପାଇଁ କଣ ସ୍ୱର୍ଗକୁ ରହିଛି ସିଡ଼ି  । ସ୍ୱର୍ଗକୁ ସିଡ଼ି ହଁ ଯେଉଁ ସିଡ଼ି ଦେଇ ଗଲେ ସ୍ୱର୍ଗ ପ୍ରାପ୍ତି ହେବ  । ଯେଉଁଠିକୁ ଯିବାକୁ ସମସ୍ତଙ୍କର ରହିଥାଏ ଇଚ୍ଛା ।  ଯେଉଁ ସିଡ଼ି ଆଜି ବି ବିଦ୍ୟମାନ । ଶ୍ରୀକ୍ଷେତ୍ରରେ ଅଦୃଶ୍ୟ ସତ୍ତା ମଧ୍ୟରେ ଲୁଚି ରହିଛି ସ୍ୱର୍ଗକୁ ସିଡ଼ି  ।

ପୈାରାଣିକ କଥା ଅନୁସାରେ ରାବଣ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ  । ଏହା ବଦଳରରେ ଦେବା ଦେବ ମହାଦେବ ରାବଣଙ୍କୁ ବର ଦେଇଥିଲେ  । ଆଉ ଏହି ବରଦାନରେ ଭଗବାନ କହିଥିଲେ ଯଦି ରାବଣ ଗୋଟିଏ ଦିନ ଭିତରେ ୫ଟି ସିଡ଼ି ନିର୍ମାଣ କରିଦେବ ତେବେ ତାଙ୍କୁ ଅମରତ୍ୱ ମିଳିବ । ସେ ଚିରଞ୍ଜିବୀ ହୋଇଯିବେ । ଲଙ୍କାଧିପତି ରାବଣ ଗୋଟି ଗୋଟି କରି ସ୍ୱର୍ଗକୁ ୪ ଗୋଟି ସିଡ଼ି ନିର୍ମାଣ କରିଥିଲେ କିନ୍ତୁ ପଞ୍ଚମ ସିଡ଼ି ନିର୍ମାଣ କରିବାରେ ସେ ବିଫଳ ହୋଇଥିଲେ  । ତେଣୁ ତାଙ୍କର ସ୍ୱର୍ଗ ପ୍ରାପ୍ତି ସ୍ୱପ୍ନରେ ହିଁ ରହିଗଲା  । ତେବେ ରାବଣ ତିଆରି କରିଥିବା ସିଡ଼ି ମଦ୍ୟରୁ ପୁରୀରେ ଗୋଟିଏ ସିଡ଼ି ରହିଛି  । ପୁରୀ ସ୍ୱର୍ଗଦ୍ୱାର ନିକଟରେ ଥିବା ଶ୍ମଶାନେଶ୍ୱର ମନ୍ଦିର ନିକଟରେ ରହିଛି ସିଡ଼ିର ଅଂଶବିଶେଷ  । ପୁରୀ ଶ୍ରୀମନ୍ଦିରରୁ ସ୍ୱର୍ଗଦ୍ୱାର ରାସ୍ତାକୁ କୁହାଯାଏ ଉଆଁସ ଦାଣ୍ଡ  । ଆୁ ସେହି ଉଆଁସ ଦାଣ୍ଡରେ ଗଲେ ସ୍ୱର୍ଗଦ୍ୱାର ସନ୍ନିକଟ ଦେଢ଼ଶୁର ଭାଇବୋହୂ ମଠ ସାମ୍ନାରେ ଅବସ୍ଥିତ ଶ୍ମଶାନେଶ୍ୱର ମନ୍ଦି ଆଉ ଏଇଠି ହିଁ ରହିଛି ସ୍ୱର୍ଗକୁ ସିଡ଼ି  । ପ୍ରାୟ ୨ ଫୁଟ ଉଚ୍ଚତାର ଏହି ଶିଳାକୁ ହିଁ କୁହାଯାଏ ସ୍ୱର୍ଗକୁ ସିଡ଼ି । ଏହି ଶିଳାର ଗର୍ତ୍ତରେ ଥିବା ଜଳ ପାନ କଲେ ସ୍ୱର୍ଗ ପ୍ରାପ୍ତି ହୋଇଥ।।ଏ ବୋଲି ବିଶ୍ୱାସ ରହିଛି । ବାସ୍ତବରେ ମହୋଦଧି ତଟରେ ଯେଉଁ ସ୍ୱର୍ଗଦ୍ୱାର ରହିଛି ତାକୁ ହିଁ ସ୍ୱର୍ଗକୁ ଦ୍ୱାର ବୋଲି କୁହାଯାଏ  ।

 

Get real time updates directly on you device, subscribe now.