fbpx

୭୩୦୦ କୋଟିରେ ‘Akash’ କୁ କିଣିଲା ‘Byju’s

ନୂଆଦିଲ୍ଲୀ, ୬/୪: ଅନଲାଇନରେ ଶିକ୍ଷାଦାନ କରୁଥିବା ସଂସ୍ଥା Byju’s ୭୩୦୦ କୋଟିରେ ଭାରତର ପ୍ରବେଶିକା ପ୍ରସ୍ତୁତିର ସବୁଠୁ ବଡ଼ ସଂସ୍ଥା ଆକାଶ ଏଜୁକେସନାଲ ସର୍ଭିସେସ ଲିମିଟେଡକୁ (AESL) କୁ ଅଧିଗ୍ରହଣ କରିଛି । ବାଇଜୁସ  ଆକାଶକୁ କିଣିଥିଲେ ମଧ୍ୟ ଏହା ଏକ ଅଲଗା ସଂସ୍ଥା ପରି କାର୍ୟ୍ୟ କରିବ । ପୂର୍ବପରି ଏହାର ପ୍ରତିଷ୍ଠାତା ଆକାଶ ଚୌଧୁରୀ ଏବଂ ଜେ.ସି ଚୌଧୁରୀ ପରିଚାଳନାରେ ରହିବେ ।
Akash  ର ପ୍ରତିଷ୍ଠାତା ଆକାଶ ଚୌଧୁରୀଙ୍କ କହିବା ଅନୁଯାୟୀ ଏହା ଭାରତରେ ଶିକ୍ଷା କ୍ଷେତ୍ରରେ ଏବଂ ଷ୍ଟାର୍ଟଅପ କ୍ଷେତ୍ରରେ ମଧ ସବୁଠାରୁ ବଡ ଏକୀକରଣ ହେବ । କୋଭିଡ ୧୯ ଯୋଗୁଁ ଅନଲାଇନ ଶିକ୍ଷାର ଚାହିଦା ବଢିଛି ତେଣୁ ଏହି ମିଶ୍ରଣ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବେଶ ଲାଭଦାୟକ ହେବବୋଲି ଆଶା କରାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି କି ବାଇଜୁସ ଏହି ଏକୀକରଣ ଦ୍ୱାରା ‘ଆକାଶ’ର ବୃଦ୍ଧି ନିମନ୍ତେ ଏଥିରେ ଆହୁରି ନିବେଶ କରିବ । ବାଇଜୁସ୍ ଏପର୍ୟ୍ୟନ୍ତ ୨ ଅରବ ଡଲାର ନିବେଶ କରିସାରିଛି । ସୂଚନା ଅନୁଯାୟୀ ଈଚ୍ଚହଙ୍କ’ଗ୍ଦ ୬୦ ରୁ ୭୦ କୋଟି ଡଲାର ନିବେଶ ପାଇଁ ଯୋଜନା ରଖିଛି, ଯାହା ଦ୍ୱାରା ବୃଦ୍ଧି ଆହୁରି ବ୍ୟାପକ ହୋଇପାରିବ ।
ଏହା ର୍ପୂବରୁ ବାଇଜୁସ ‘’Tutorvista” ଏବଂ  “Eduright” କୁ ୨୦୧୭ ଏବଂ “Osmo”କୁ ୨୦୧୯ରେ କିଣିଥିଲା । ଗତବର୍ଷ ଏହା କୋଡିଙ୍ଗ୍ ଟ୍ରେନିଂ କଂପାନୀ ‘Whitehat Jr’’ କୁ ୩୦ କୋଟି ଡଲାରରେ(୨୨୦୦ କୋଟି)ରେ କିଣିଥିଲା ।
ଶ୍ରୀ ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ ଆକାଶ ଆଗକୁ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚାଳନା କରିବ । ୩୩ ବର୍ଷର ପରିଚାଳନା ମଧ୍ୟରେ ଇଳବଗ୍ଦଷ ଲକ୍ଷ ଲକ୍ଷ ଛ୍ରାତ୍ରଙ୍କୁ ମେଡିକାଲ ଇଂଜିନିୟରିରେ ପ୍ରବେଶ ପାଇଁ ପ୍ରସ୍ତୁତିରେ ସହାୟକ ହୋଇଆସୁଛି । Akash  ର ଭାରତରେ ୨୧୮ଟି ସେଣ୍ଟର ରହିଛି ଯେଉଁଥିରେ ପ୍ରତିବର୍ଷ ୨.୫ ଲକ୍ଷ ଛାତ୍ର କୋଚିଙ୍ଗ୍ ନେଇଥାନ୍ତି ।
ବାଇଜୁସର ସଂସ୍ଥାପକ ତଥା ସିଇଓ ବାଇଜୁସ ରବିନ୍ଦ୍ରନଙ୍କ ସୂଚନା ଅନୁସାରେ, ଭବିଷ୍ୟତରେ ଶିକ୍ଷା ଆହୁରି ଆଧୁନିକ ଶୈଳୀରେ ହେବାକୁ ଯାଉଛି ଏଭଳି ସ୍ଥିତିରେ ଏହି ମିଶ୍ରଣ ଉଭୟ ଅଫଲାଇନ ଏବଂ ଅନଲାଇନରେ ଶିକ୍ଷା ଗ୍ରହଣ ପାଇଁ ଏହା ଲାଭଦାୟକ ହେବ ।

 

Get real time updates directly on you device, subscribe now.