fbpx

ଦକ୍ଷ ହତ୍ୟା ମାମଲା: କଣ ରହିଥିଲା ଘଟଣାକ୍ରମ, ଜାଣିବା ପାଇଁ ପଢ଼ନ୍ତୁ ପୁରା ରିପୋର୍ଟ

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ନୋଏଡାର ତିନି ବର୍ଷର ନିରୀହ ଶିଶୁ ଦକ୍ଷ ଅପହରଣ ଏବଂ ମୃତ୍ୟୁ ମାମଲାକୁ ୬ଦିନ ପୁରିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ପୋଲିସ୍ ହାତରେ କୌଣସି ଠୋସ୍ ପ୍ରମାଣ ଲାଗିନାହିଁ । ତେଣୁ ଏହି ମାମଲା ଦିନକୁ ଦିନ ଗମ୍ଭୀର ରୁପ ନେବାରେ ଲାଗିଛି । ହେଲେ ପୋଲିସ୍ ଆଶଙ୍କା କରୁଛି ଯେ, ଅପହରଣ ପରେ ଦକ୍ଷକୁ ଦୁର୍ବୃତ୍ତ ମାନେ ଏକ କେନାଲରେ ଫୋପାଡି ଦେଇଥିଲେ । ଯାହାଫଳରେ ପାଣିରେ ଅଣନିଶ୍ୱାସୀ ହୋଇ ତାର ମୃତ୍ୟୁ ହୋଇଛି । ପୋଲିସ୍ ଆହୁରି ମଧ୍ୟ ସନ୍ଦେହ କରୁଛି ଯେ, ପରିବାରର କେହି ଏପରି କାଣ୍ଡ ଘଟାଇ ଥାଇ ପାରେ । ତେବେ ଏହା ଭିତରେ ଦକ୍ଷର ମୃତ ଶରୀର ତାଙ୍କ ଘରକୁ ପଠାଯାଇଛି । ଯାହା ପରେ ତାଙ୍କର ଘରର ପରିସର କାନ୍ଦ ବୋବାଳିରେ ଫାଟି ପଡିଛି ।

ତେବେ କଣ ରହିଥିଲା ଘଟଣାକ୍ରମ ? କାହିଁକି ତିନି ବର୍ଷର ନିରୀହ ଶିଶୁକୁ ଏପରି ନିର୍ଦ୍ଦୟ ଭାବେ ମାରିଦେଲେ ଦୁର୍ବୃତ୍ତ ? ଏହା କୌଣସି ସମ୍ପର୍କିୟଙ୍କ କାମ ନା ବାହାର ଲୋକର ? ଏପରି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍ । ତେବେ ଦକ୍ଷ ବେଦ ବିହାର କଲୋନୀରେ ରହୁଥିଲା । ତା’ ବାପା ଜଣେ ବିଜୁଳି କର୍ମଚାରୀ । ଦକ୍ଷକୁ ୩୧ମାର୍ଚ୍ଚରେ ସକାଳ ୧୦ଟା ସମୟରେ ଖେଳୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ଅପହରଣ କରି ନେଇ ଯାଇଥିଲେ । ଏହାପରେ ଏପ୍ରିଲ୍ ୪ ତାରିଖ ରବିବାର ସକାଳ ସମୟରେ ବୁଲନ୍ଦସହର ସୀମା ପାଖରେ ଦକ୍ଷର ମୃତଦେହକୁ ଠାବ କରାଯାଇଥିଲା ।

ଶବ ଠାବ କରାଯିବା ପରେ ପୋଲିସ୍ ଶବକୁ ପୋଷ୍ଟମର୍ଟନ ପାଇଁ ପଠାଇଥିଲା ଏବଂ ଦାଦରୀ ପୋଲିସ୍ ସୁଚନା ଦେଇଥିଲା । ଏହାପରେ ପରିବାରଲୋକେ ପୋଷ୍ଟମର୍ଟମ ହାଉସ୍ ରେ ପହଞ୍ଚିଥିଲେ । ଶବକୁ ଦେଖିବାପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଦକ୍ଷର ମା’ ପୁଅର ମୃତ୍ୟୁ ଖବର ଶୁଣି ଅବାକ୍ ହୋଇପଡିଥିଲେ । ଖାଲି ମା’ ନୁହଁନ୍ତିି ବରଂ ପରିବାରର ସମସ୍ତ ସଦସ୍ୟଙ୍କ କାନ୍ଦ ବୋବାଳୀରେ ଘର ଦାଣ୍ଡ ଫାଟିପଡିଥିଲା ।


ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ପୋଲିସ୍ କହିଥିଲା ଯେ, ଶବକୁ ଅପହରଣ କରିବା ଦିନ ହିଁ ଅର୍ଥାତ୍ ୩୧ ମାର୍ଚ୍ଚରେ ହିଁ ଅପହରଣକାରୀ ମାନେ କେନାଲ୍ ପାଣିରେ ଫୋପାଡି ଦେଇଥିଲେ । ତେଣୁ ପୋଲିସ୍ ଶବ ମିଳିବା ପୁର୍ବରୁ ତାଙ୍କ ପରିବାର ରହୁଥିବା କଲୋନୀର ସବୁ ଘରକୁ ସର୍ଚ୍ଚ କରିଥିଲା ଏବଂ ସେହି ରୁଟ୍ ର ସମସ୍ତ ସିସିଟିଭି ଫୁଟେଜ୍ କୁ ତନ୍ନତନ୍ନ କରି ଦେଖିଥିଲା । ଶେଷରେ ଏପ୍ରିଲ୍ ୪ ତାରିଖ ଦିନ ଶବ ଠାବ ହୋଇଥିଲା ।

Get real time updates directly on you device, subscribe now.