fbpx

Byju’s ର CFO ପଦରୁ ଇସ୍ତଫା ଦେଲେ ଅଜୟ ଗୋଏଲ, ଜାଣନ୍ତୁ କିଏ ତୁଲାଇବେ ପରବର୍ତ୍ତୀ ଦାୟିତ୍ୱ

ନୂଆଦିଲ୍ଲୀ: ଅଗ୍ରଣୀ ଏଡୁଟେକ୍ କମ୍ପାନୀ ବାଇଜୁର ଟପ୍ ଲେବଲରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବାଇଜୁର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ଅଜୟ ଗୋଏଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବିଶେଷ କଥା ହେଉଛି ସେ ମାତ୍ର ୬ ମାସ ପୂର୍ବରୁ ଏହି ଏଡୁଟେକ୍ କମ୍ପାନୀରେ ଯୋଗ ଦେଇଥିଲେ ।

କମ୍ପାନୀ ପରବର୍ତ୍ତୀ ସିଏଫଓର ନାମ ମଧ୍ୟ ଘୋଷଣା କରିଛି । ଅଜୟ ଗୋଏଲଙ୍କ ପରେ ନିତିନ ଗୋଲାନି ସିଏଫଓର ଦାୟିତ୍ୱ ତୁଲାଇବେ । ନିତିନ ବର୍ତ୍ତମାନ ଏହି ଏଡୁଟେକ୍ କମ୍ପାନୀର ଫାଇନାନ୍ସ ଫଙ୍କସନର ପ୍ରେସିଡେଣ୍ଟ ଅଛନ୍ତି । ଏହା ବ୍ୟତୀତ ବାଇଜୁ ଫାଇନାନ୍ସରେ ଆଉ ଏକ ନିଯୁକ୍ତି ଘୋଷଣା କରିଛନ୍ତି ଏବଂ ପ୍ରଦିପ କନାକିଆଙ୍କୁ ବରିଷ୍ଠ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି ।

ଅଜୟ ଗୋଏଲ ବେଦାନ୍ତକୁ ଫେରିବେ :-

ଅଜୟ ଗୋଏଲ ବାଇଜୁରେ ଛଅ ମାସ ବି ବିତାଇ ନାହାଁନ୍ତି ଏବଂ ବର୍ତ୍ତମାନ ସେ ପୂର୍ବ କମ୍ପାନୀ ବେଦାନ୍ତକୁ ଯାଉଛନ୍ତି । ବେଦାନ୍ତ ନିକଟରେ ଏହାର ସମ୍ପୂର୍ଣ୍ଣ ବ୍ୟବସାୟକୁ ୬ ଟି ଭାଗରେ ବିଭକ୍ତ କରିବାକୁ ଘୋଷଣା କରିଥିଲା । ଅଜୟ ଗୋଏଲ ପ୍ରତିଷ୍ଠାତା ଏବଂ ସହକର୍ମୀଙ୍କୁ ୨୦୨୨ ଆର୍ଥିକ ବର୍ଷ ପାଇଁ ଅଡିଟ୍ ଏକତ୍ର କରିବାର କାର୍ଯ୍ୟ ସମାପ୍ତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.