fbpx

୬ଟି ରାଜ୍ୟର ୭ ଉପନିର୍ବାଚନ ରେଜଲ୍ଟ: ଓଡ଼ିଶା, ବିହାର, ୟୁପି, ହରିୟାଣାରେ ଜିତିଲା BJP

ନୂଆଦିଲ୍ଲୀ: ସାରା ରାଜ୍ୟରେ ଏବେ ନିର୍ବାଚନୀ ଋତୁ ଚାଲିଛି । ଆଜି ୬ଟି ରାଜ୍ୟର ୭ଟି ଉପନିର୍ବାଚନ ଆସନର ଭୋଟିଂ ରେଜଲ୍ଟ ସାମ୍ନାକୁ ଆସିଛି । ତେବେ ୭ଟି ସିଟ ମଧ୍ୟରୁ ବିଜେପି ୪ଟିରେ ବାଜିମାତ କରିଥିବା ବେଳେ ଅନ୍ୟ ୩ଟି ଆସନରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେଣୁ ମୋଟାମୋଟି ଭାବେ କହିବାକୁ ଏହି ଉପନିର୍ବାଚନ କେନ୍ଦ୍ରରେ ଶାସନାଧୀନ ଥିବା ବିଜେପି ପାଇଁ ଏକପ୍ରକାରର ପଜିଟିଭ୍ ସାଇନ୍ ଦେଇଛି ।

ଉତ୍ତରପ୍ରଦେଶର ଗୋଲା ଗୋକର୍ଣ୍ଣନାଥ, ବିହାରର ଗୋପାଲଗଞ୍ଜ, ହରିୟାଣାର ଆଦମପୁର ଓ ଓଡ଼ିଶାର ଧାମନଗର ସିଟରେ ବିଜେପି ଜିତିଛି । ସେହିପରି ମୁମ୍ବାଇର ଅନେ୍ଧରୀ ଇଷ୍ଟ ଆସନରେ ଶିବସେନା ଉଦ୍ଧବ ଗୋଷ୍ଠୀ, ମୋକାମା ଆସନରେ ଆରଜେଡି ଓ ମୁନୁଗୋଡେ ଆସନରେ ଟିଆରଏସ ବିଜୟ ଲାଭ କରିଛି । ଗତ ୩ ତାରିଖରେ ୟୁପିର ଗୋକର୍ଣ୍ଣନାଥ, ବିହାରର ମୋକାମା ଓ ଗୋପାଲଗଞ୍ଜ, ମହାରାଷ୍ଟ୍ରର ଅନେ୍ଧରୀ ଇଷ୍ଟ, ତେଲେଙ୍ଗାନାର ମୁନୁଗୋଡେ, ଓଡ଼ିଶାର ଧାମନଗର ଓ ହରିୟାଣାର ଆଦମପୁର ବିଧାନସଭା ସିଟ ପାଇଁ ମତଦାନ ହୋଇଥିଲା ।

ଏହି ୭ଟି ଆସନ ମଧ୍ୟରୁ ୫ଟି ସିଟରେ ବିଧାୟକଙ୍କ ପରଲୋକ ପରେ ଉକ୍ତ ଆସନ ସବୁ ଖାଲି ପଡ଼ିଥିଲା । ମାତ୍ର ତେଲେଙ୍ଗାନାର ମୁନୁଗୋଡେ ସିଟ ଓ ହରିୟାଣାର ଆଦମପୁର ସିଟରେ କଂଗ୍ରେସ ବିଧାୟକମାନେ ବିଜେପିରେ ସାମିଲ ହେବା ପରେ ଉକ୍ତ ଆସନ ଖାଲି ପଡ଼ିଥିଲା । ସମସ୍ତ ୭ଟି ସିଟ ମଧ୍ୟରୁ ୪ଟିରେ ବିଜେପି, ଉଦ୍ଧବଙ୍କ ଶିବସେନା, ଆରଜେଡି ଓ ଟିଆରଏସ ଗୋଟିଏ ଲେଖାଏଁ ସିଟରେ ବିଜୟ ଲାଭ କରିଛନ୍ତି ।

Get real time updates directly on you device, subscribe now.