fbpx

ନାଗରିକତା ସଂଶୋଧନ ଆଇନକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ରାମମାଧବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ଜଟିଳ କରି ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ଏହା ନୂଆ ଆଇନ ନୁହେଁ ବରଂ ଏକ ସଂଶୋଧିତ ଆଇନ ମାତ୍ର । ୩ଟି ଦେଶର ସଂଖ୍ୟାଲଘୁଙ୍କୁ ନାଗରିକତା ଦେବା ପାଇଁ ନାଗରିକତା ସଂଶୋଧନ ଆଇନ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ପାସ୍ ହୋଇଥିଲା । ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ବିଲ୍ ଉପରେ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଥିଲା । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ଜାଗାରେ ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ ହୋଇଥିବା ଦେଖାଦେଇଥିଲା । ଏହାସହ ପୋଡ଼ାଜଳା ମଧ୍ୟ ହୋଇଥିଲା ।

Get real time updates directly on you device, subscribe now.