fbpx

୩କୋଟି ଘରକୁ ଯାଇ ଏନଆରସି ଓ ସିଏଏ ନେଇ ସଚେତନ କରାଯିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଏନଆରସି ଓ ସିଏଏ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସ ଲୋକଙ୍କୁ ବିଭ୍ରାନ୍ତ କରୁଛି ଏବଂ ଉତ୍ତେଜନା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି । ଏହାର ପ୍ରତିବାଦରେ ବିଜେପି ଜନ ଆନ୍ଦୋଳନ କରିବ । ୩କୋଟି ଘରକୁ ଯାଇ ଏନଆରସି ଓ ନାଗରିକତା ସଂଶୋଧନ ଆଇନ ନେଇ ସଚେତନ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଉଭୟ ଗୃହରେ ପାସ୍ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଲ୍ ଉପରେ ମୋହର ମାରିବା ପରେ ଏହା ଆଇନରେ ପରିଣତ ହୋଇଥିଲା । ଏହାକୁ ନେଇ ଦେଶର କେତେକ ସ୍ଥାନରେ ବିକ୍ଷୋଭ ସହ ହିଂସାକାଣ୍ଡ ମଧ୍ୟ ଦେଖାଦେଇଥିଲା । ଉତ୍ତରପ୍ରଦେଶ, ତ୍ରିପୁରା, ପଶ୍ଚିମବଙ୍ଗ,ଦିଲ୍ଲୀ ଏମିତିକି ଓଡ଼ିଶାରେ ମଧ୍ୟ ବିକ୍ଷୋଭ ଦେଖାଦେଇଥିଲା ।

Get real time updates directly on you device, subscribe now.