fbpx

ନିର୍ବାଚନ ପୂର୍ବରୁ ଲାଗୁ ହେବ CAA ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଅଧିନିୟମ(CAA)କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର CAA ନୋଟିଫିକେସନ ଜାରି କରିପାରେ । ଏହି ଆଇନର ନିୟମାବଳୀ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବା ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଜାନୁଆରୀ ବା ଫେବୃଆରୀରେ ଏହି ନିୟମ ଲାଗୁ ହେବା ନେଇ ସମ୍ଭାବନା ରହିଛି ।
CAA ଲାଗୁ ହେବା ନେଇ ଜଣେ ଅଧିକାରୀ କହିଛନ୍ତି, ‘ଖୁବ୍ ଶୀଘ୍ର ଏହି ନିୟମ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ଏକ ଅନଲାଇନ୍ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ସମସ୍ତ ପ୍ରକ୍ରିୟା ଅନଲାଇନ୍ ହେବ । ଆବେଦନକାରୀଙ୍କୁ କୌଣସି ଦଲିଲ ପ୍ରସ୍ତତ କରିବାର ଆବଶ୍ୟକତା ନାହିଁ । ସେମାନଙ୍କୁ କେବଳ ଭାରତରେ ବିନା ଦଲିଲରେ ପ୍ରବେଶ କରିବାର ବର୍ଷ ବିଷୟରେ ସୂଚନା ଦେବାକୁ ପଡ଼ିବ ।’

କ’ଣ ଏହି CAA ?

ନାଗରିକତ୍ୱ ସଂଶୋଧନ ଅଧିନିୟମ ଅନ୍ତର୍ଗତ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଆଫ୍‌ଗାନିସ୍ତାନ, ପାକିସ୍ତାନ, ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁ(ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ, ଜୈନ, ବୁଦ୍ଧ ଏବଂ ପାରସୀ)ଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏଥିପାଇଁ ଏହି ୩ଟି ଦେଶରୁ ଆସୁଥିବା ବିସ୍ଥାପିତ ଲୋକଙ୍କୁ କୌଣସି ଦଲିଲ ପ୍ରଦାନ କରିବାର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ ଡିସେମ୍ବର ୨୦୧୯ରେ ସଂସଦ ସମ୍ପୃକ୍ତ ବିଲ୍ ଅନୁମୋଦେନ କରିଥିଲା ଏବଂ ରାଷ୍ଟ୍ରପତିଙ୍କ ସହମତି ପାଇବା ପରେ ଦେଶର କେତେକ ସ୍ଥାନରେ ଏହାକୁ ବିରୋଧ କରାଯାଇଥିଲା । CAAକୁ ନେଇ ରାଜନୀତିରେ ମଧ୍ୟ ହଲଚଲ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.