fbpx
BJD
BJD SKY
BJD SKY

୧୬ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୬ଟି ପ୍ରସ୍ତାବରେ ବାଜିଛି କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଆଜିର ରାଜ୍ୟ କ୍ୟାବିନେଟ ବୈଠକ। ମିଶନ ଶକ୍ତି ନାଁରେ ନୂଆ ବିଭାଗ ନେଇ କ୍ୟାବିନେଟ ମଞ୍ଜୁରୀ ଦେଇଛି । ୧୦ଟି ଜାଗାରେ ବୃହତ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବାଜିଛି ମୋହର । ଆଳି, ରାଜକନିକା ଓ ଚିଲିକାରେ ବୃହତ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ ହେବ । ଟାଙ୍ଗୀ, ବାଣପୁର, ଖୋର୍ଦ୍ଧା, ଜଟଣୀଳ ଗଁଦିଆ ଓ ଭୁବନରେ ପ୍ରକଳ୍ପ ହେବ । ଯାଜପୁର ଓ ବିଂଝାରପୁର ବ୍ଳକରେ ବୃହତ ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପ ହେବ । ସମ୍ବଲପୁରର ୨୬ ଓ ଝାରସୁଗୁଡାର ୨ଟି ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ ହେବ ।

ଏହା ସହିତ ବାଲେଶ୍ୱର ରେମୁଣାରେ ଏଆଇଆଇଏମଏସ ସାଟେଲାଇଟ ସେଣ୍ଟର ପାଇଁ ଜମି ମଞ୍ଜୁରୀ ହୋଇଛି । ଏନେଇ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ ।

ଏହା ସହ କ୍ୟାବିନେଟ ବୈଠକରେ ବଢିଲା ଓଡିଶା ରାଜ୍ୟ ବିହନ ନିଗମର କର୍ପସ ପାଣ୍ଠି । ବିହନ ନିଗମକୁ ୧୦୦ କୋଟିର କର୍ପସ ପାଣ୍ଠି ମଞ୍ଜୁରୀ ମିଳିଛି । ପୂର୍ବରୁ ଏହା ୬୦ କୋଟି ଥିବା ବେଳେ ଏବେ ୧୦୦ କୋଟିର ପାଣ୍ଠି ହୋଇଛି । ଉନ୍ନତମାନର ବିହନ ଓ ଚାରା ଚାଷୀଙ୍କୁ ଯୋଗାଇବାକୁ ପାଣ୍ଠିକୁ ବୃଦ୍ଧି କରାଯାଇଛି ।

ଓଡିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ ୨୦୧୧ରେ କ୍ୟାବିନେଟ ମୋହର ବାଜିଛି । ୮ଟି ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି ହେବ । ସେହି ୮ଟି ଜିଲ୍ଲା, ଯଥା- ସମ୍ବଲପୁର, କନ୍ଧମାଳ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର । ଏବେ କାର୍ଯ୍ୟରତ ୩୭ ପୁନର୍ବାସ କର୍ମଚାରୀ ବି କ୍ୟାଡରଭୁକ୍ତ ହେବେ ।

ଓପିଟିସିଏମ ପାଇଁ ଆର୍ଥିକ ସହାୟତା ପ୍ରସ୍ତବାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ପାରାଦୀପରେ ଓପିଟିସିଏଲର ବୃହତ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ ହେବ । ଏହି ପ୍ରକଳ୍ପ ପାଇଁ ୩୦% ଅର୍ଥ ରାଜ୍ୟ ସରକାର ବହନ କରିବେ ।

Get real time updates directly on you device, subscribe now.