fbpx
BJD
BJD SKY
BJD SKY

ଓଡିଶା ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ଲାଭ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଏଣିକି ପିଏମ କିଷାନ ଯୋଜନାର ଲାଭ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ଓଡିଶାର ସବୁ ଯୋଗ୍ୟ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଆଧାରରେ ତୋମାର ଟ୍ୱିଟ କରିଛନ୍ତି । ସମସ୍ତ ଯୋଗ୍ୟ ଚାଷୀଙ୍କୁ ପିଏମ କିଷାନରେ ସାମିଲ କରିବାକୁ ଧର୍ମେନ୍ଦ୍ର ଦାବି କରିଥିଲେ । ଏନେଇ କୃଷିମନ୍ତ୍ରୀ ତୋମାରଙ୍କୁ ଚିଠି ଲେଖି ନିବେଦନ କରିଥିଲେ ଧର୍ମେନ୍ଦ୍ର । ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ କୃଷି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପିଏମ କିଷାନ ଯୋଜନାର ଯେଭଳି ସବୁ ଯୋଗ୍ୟ ଚାଷୀ ଲାଭ ପାଇବେ ତାକୁ ଗୁରୁତ୍ୱ ଦିଆଯିବ । ସ୍ଥଗିତ ଟଙ୍କାକୁ ଚାଷୀଙ୍କ ଆକାଉଣ୍ଟକୁ ପଠାଇବାକୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.