fbpx

ଉଚ୍ଚ ଦକ୍ଷତା ସଂପନ୍ନ ସୌର ପିଭି ମଡ୍ୟୁଲ୍ ଉତ୍ପାଦନକୁ କ୍ୟାବିନେଟ୍ ଅନୁମୋଦନ, ୧ଲକ୍ଷ ୯୫ହଜାର ଲୋକଙ୍କୁ ମିଳିବ ପ୍ରତ୍ୟକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଉଚ୍ଚ କ୍ଷମତା ସଂପନ୍ନ ସୌର ପିଭି ମଡ୍ୟୁଲ୍ରେ ଗିଗା ୱାଟ୍ (ଜିଡବ୍ଲୁ) ସ୍କେଲ ଉତ୍ପାଦନ ପାଇଁ ମୋଟ ୧୯,୫୦୦ କୋଟି ଟଙ୍କା ବ୍ୟୟ ସହିତ ଜାତୀୟ କାର୍ଯ୍ୟକ୍ରମ’ରେ ଉଚ୍ଚ ଦକ୍ଷତା ସଂପନ୍ନ ପିଭି ମଡ୍ୟୁଲ୍ ଉତ୍ପାଦନକୁ ଅନୁମୋଦନ କରିଛି । ଇନସେଣ୍ଟିଭ୍ ସ୍କିମ୍ (କିସ୍ତି ୨) ର କାର୍ଯ୍ୟକାରିତା ପାଇଁ ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଉଚ୍ଚ ଦକ୍ଷତା ସଂପନ୍ନ ସୌର ମଡ୍ୟୁଲ୍ ପାଇଁ ଜାତୀୟ କାର୍ଯ୍ୟକ୍ରମ ଭାରତରେ ଉଚ୍ଚ-ଦକ୍ଷତା ବିଶିଷ୍ଟ ସୌର ମଡ୍ୟୁଲ୍ ଉତ୍ପାଦନ ପାଇଁ ଏକ ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଏବଂ ଏହିପରି ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ।

ଏହି ପଦକ୍ଷେପ ଆତ୍ମନିର୍ଭର ଭାରତର ପଦକ୍ଷେପକୁ ମଜବୁତ କରିବ ଏବଂ ରୋଜଗାରର ସୁଯୋଗ ସୃଷ୍ଟି କରିବ । ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ ସୋଲାର ପିବି ନିର୍ମାତା ଚୟନ କରାଯିବ । ଜେନେରେସନ୍ ଆଧାରିତ
ଇନସେଣ୍ଟିଭ୍ (ପିଏଲ୍ଆଇ) ସୋଲାର ପିଭି ଜେନେରେସନ୍ ପ୍ଲାଣ୍ଟଗୁଡିକ କାର୍ଯ୍ୟକ୍ଷମ ହେବା ପରେ ପାଞ୍ଚ ବର୍ଷ ପାଇଁ ବଣ୍ଟନ କରାଯିବ ଏବଂ ଘରୋଇ ବଜାରରୁ ଉଚ୍ଚ ଦକ୍ଷତା ବିଶିଷ୍ଟ ସୋଲାର ମଡ୍ୟୁଲ୍ ବିକ୍ରୟ ଉପରେ ଏହି ପ୍ରୋତ୍ସାହନ ଦିଆଯିବ । ଏହା ଅନୁମାନ କରାଯାଏ ଯେ ବାର୍ଷିକ ପ୍ରାୟ ୬୫,୦୦୦ ମେଗାୱାଟ କ୍ଷମତା ବିଶିଷ୍ଟ ସମ୍ପୁର୍ଣ୍ଣ ଏବଂ ଆଂଶିକ ଏକୀକୃତ, ସୌର ପିବି ମଡ୍ୟୁଲଗୁଡିକ ସ୍ଥାପନ କରାଯିବ ।

ପ୍ରାୟ ୯୪,୦୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ବିନିଯୋଗ ଏହି ଯୋଜନାରୁ ଆସିବ । ଇବିଏ, ସୋଲାର ଗ୍ଲାସ, ବ୍ୟାକ୍ସିଟ୍ ଇତ୍ୟାଦି ଅବଶିଷ୍ଟ ସାମଗ୍ରୀ ପାଇଁ ଉତ୍ପାଦନ କ୍ଷମତା ସୃଷ୍ଟି ହେବ । ପ୍ରାୟ ୧,୯୫,୦୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପ୍ରାୟ ୭,୮୦,୦୦୦ ଲୋକଙ୍କୁ ପରୋକ୍ଷ ରୋଜଗାର ମିଳିବ । ପ୍ରାୟ ୧.୩୭ ଲକ୍ଷ କୋଟି ଟଙ୍କାର ଆମଦାନୀ ପ୍ରତିସ୍ଥାପନ ହେବ । ସେହିପରି ସୌର ପିବି ମଡ୍ୟୁଲ ଉଚ୍ଚ ଦକ୍ଷତା କ୍ଷମତା ସଂପନ୍ନ ହୋଇଥିବା ହେତୁ ଅନୁସନ୍ଧାନ ଓ ବିକାଶକୁ ପ୍ରୋତ୍ସାହିତ କରିବ ।

Get real time updates directly on you device, subscribe now.