fbpx

୨୩ରେ ଭୁବନେଶ୍ୱରରେ ନିଯୁକ୍ତି ମେଳା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର ତରଫରୁ ୨୩ ସେପ୍ଟେମ୍ବରରେ ଏନସିଏସସିଡ଼ିଏ କ୍ୟାମ୍ପସ ପରିସରରେ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି । ସେଥିରେ ଶ୍ରବଣ ଶକ୍ତି ରହିତ ଭିନ୍ନକ୍ଷମ ମାନେ ମଧ୍ୟ ଭାଗ ନେଇ ପାରିବେ । ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ଉତ୍ପାଦନ, ଗ୍ରାହକ କେୟାର ଏକ୍‌ଜିକ୍ୟୁଟିଭ୍‌, ସେଲ୍ସ ଆସୋସିଏଟ୍‌, ଟେଲି ମାର୍କେଟିଂ
ପ୍ରାୟ ୬୦ଟି ପଦବୀ ନିଯୁକ୍ତି ପାଇଁ ୪ରୁ ଅଧିକ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି । ଦଶମଠୁ କମ ଶିକ୍ଷାଗତ, ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ ।ତେଣୁ, ସମସ୍ତ ଚାକିରି ଆଶାୟୀ ପାର୍ଥୀ ନିଜର ଶିକ୍ଷାଗତ ପ୍ରମାଣପତ୍ରର ନକଲ , ଆଧାର କାର୍ଡ, ପାସପୋର୍ଟ ସାଇଜ୍‌ ଫଟୋଗ୍ରାଫ୍‌, ଭିନ୍ନକ୍ଷମ ପ୍ରମାଣପତ୍ର (ଯେଉଁ ମାନେ ଭିନ୍ନକ୍ଷମ) ଏବଂ ବାୟୋ ଡାଟା ଆଦି ଡକ୍ୟୁମେଣ୍ଟ ସହିତ ଚାକିରି ମେଳାରେ ଯୋଗଦେବାକୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.