fbpx
BJD
BJD SKY
BJD SKY

ଏକ ଜାତୀୟ ସ୍ତରର ବହୁ-ରାଜ୍ୟ ବିହନ ସୋସାଇଟି ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

BJD

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ଜାତୀୟ ସ୍ତରର ବହୁ ରାଜ୍ୟ ସମବାୟ ବିହନ ସୋସାଇଟି ଗଠନ କରିବା ସଂକ୍ରାନ୍ତ ଏକ ଐତିହାସିକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ସୋସାଇଟି ବହୁ ରାଜ୍ୟ ସମବାୟ ସମିତି ଆଇନ (ଏମଏସସିଏସ) -୨୦୦୨ ଅନୁସାରେ ଗଠିତ ହେବ ଏବଂ କେନ୍ଦ୍ର ସରକାର ଏହାକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବେ ।

ଏହି ସୋସାଇଟି ଉନ୍ନତମାନର ବିହନ ଉତ୍ପାଦନ, ସଂଗ୍ରହ, ପ୍ରକ୍ରିୟାକରଣ,ବ୍ରାଣ୍ଡିଂ, ଲେବଲିଂ, ପ୍ୟାକେଜିଂ, ଭଣ୍ଡାରଣ, ଉତ୍ପାଦନ ପାଇଁ ଗବେଷଣା ଓ ଉନ୍ନୟନ କାମ କରିବା ସହିତ ଦେଶୀ ପ୍ରାକୃତିକ ବିହନର ସଂରକ୍ଷଣ ତଥା ପ୍ରୋତ୍ସାହନ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବ ।

Get real time updates directly on you device, subscribe now.