fbpx

CAI ରିପୋର୍ଟ: ଏସି, ଫ୍ରିଜ, ହିଟର, ଗୀଜର, ମାଇକ୍ରୋୱେଭ, ଓଭନ ଓ ଗାଡ଼ି ପାଇଁ ତାପମାତ୍ରା ବଢ଼ିବାରେ ଲାଗିଛି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଧରିତ୍ରୀର ତାପମାତ୍ରା ବେଳକୁ ବେଳ ଅସହ୍ୟ ହେବା ସହ ପ୍ରତିବର୍ଷ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନୂଆ ରେକର୍ଡ କରୁଛି । ତେବେ ପୃଥିବୀର ତାପମାତ୍ରା କାହିଁକି ବଢ଼ୁଛି, ତାହା ଆମ ସମସ୍ତଙ୍କ ପାଇଁ ଏବେ ଏକ ବଡ଼ ପ୍ରଶ୍ନ । ଆପଣମାନେ ଦୈନନ୍ଦିନ ବ୍ୟବହାର କରୁଥିବା ଏସି, ଫ୍ରିଜ, ହିଟର, ଗୀଜର, ମାଇକ୍ରୋୱେଭ, ଓଭନ ଓ ଗାଡ଼ି ସମୂହ ଭାବେ ମୌସୁମୀ ଉପରେ ପ୍ରଭାବ ପକାଉଛନ୍ତି । ବର୍ତ୍ତମାନ ଏନେଇ ସଚେତନ ନହେଲେ ୨୦୩୦ ବେଳକୁ ପରିସ୍ଥିତି ଭୟଙ୍କର ହୋଇଯିବ । ୨୦୨୧ରୁ ୨୦୨୦ ମଧ୍ୟରେ ଭାରତର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ଗତ ୩୦ ବର୍ଷ ତୁଳନାରେ ୧-.୨୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିବ ବୋଲି କ୍ଲାଇମେଟ ଆଟଲାସ ଅଫ୍ ଇଣ୍ଡିଆ (ସିଏଆଇ) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ।

ସେଣ୍ଟର ଫର ଷ୍ଟଡି ଅଫ୍ ସାଇନ୍ସ, ଟେକ୍ନୋଲୋଜି ଓ ପଲିସୀ (ସିଏସଟିଇପି) ଦ୍ୱାରା ଗତ ୨୦୨୨ରେ ଜାରି କରାଯାଇଥିବା ‘ସିଏଆଇ’ ରିପୋର୍ଟ ମୁତାବକ, ଭାରତର ୨୮ଟି ରାଜ୍ୟର ୭୨୩ଟି ଜିଲ୍ଲାରେ ଆଗକୁ ସ୍ଥିତି ଖରାପ ହୋଇପାରେ । ୧୯୯୦ରୁ ୨୦୧୯ ମଧ୍ୟରେ ୩୦ ବର୍ଷରେ ଦେଶର ପାଖାପାଖି ୭୦ ପ୍ରତିଶତ ଜିଲ୍ଲାରେ ପାଖାପାଖି ୦.୯ ଡିଗ୍ରୀ ସେଲସିୟସ ତାପମାତ୍ରା ବଢ଼ିଛି । ସେଥିମଧ୍ୟରୁ ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଗୁଜରାଟ ଓ ଉତ୍ତର-ପୂର୍ବ ରାଜ୍ୟ ସାମିଲ ରହିଛି ।

ଆମର ଦିନଚର୍ଯ୍ୟା ହିଁ ଏହି ତାପମାତ୍ରା ବୃଦ୍ଧିର ଅନ୍ୟତମ କାରଣ ସାଜୁଛି । ଦୈନନ୍ଦିନ ଜୀବନରେ ଆମେମାନେ ଅନେକ ଉପକରଣ ବ୍ୟବହାର କରୁଛେ । ଯିବା ଆସିବା ପାଇଁ କାର, ବସ, ଟ୍ରେନ ବ୍ୟବହାର କରୁଥିବା ବେଳେ ଅଫିସ ଓ ଘରେ ଏସି ଚଳାଇଥାଉ । କାରଖାନାରେ ମେଶିନ ଚାଲୁଥିବା ବେଳେ ଏହି ସବୁ ସାମଗ୍ରୀଗୁଡ଼ିକ ତାପମାତ୍ରା ବୃଦ୍ଧି ପାଇଁ ଯୋଗଦାନ ଦେଉଛନ୍ତି । ଆପଣମାନେ ଘରେ ଏସି ଚଳାଇ ଘର ଭିତରକୁ ସିନା ଥଣ୍ଡା କରିଦେଲେ ମାତ୍ର, ଏହାଦ୍ୱାରା ବାହାରର ତାପମାତ୍ରା ଯେ ବୃଦ୍ଧି ପାଉଛି ତାହା ସମସ୍ତେ ଜାଣିବା ଆବଶ୍ୟକ । ସହରର ପ୍ରତି ଘରେ ଏକାଧିକ ଏସି ନିଶ୍ଚିତ ଲାଗିଥିବ । ଆପଣ ଥରେ ଭାବନ୍ତୁ ହଜାର ହଜାର ଏସି ମେ-ଜୁନ ମାସର ଗରମ ସିଜିନରେ ଦିନରାତି ଚାଲିଲେ ତାପମାତ୍ରା ନ ବଢ଼ିବ କିପରି?

କେବଳ ଏସି ନୁହେଁ, ଆପଣଙ୍କର ପ୍ରତ୍ୟେକ ସୁବିଧା ଜଳବାୟୁ ପାଇଁ ଅସୁବିଧାର କାରଣ ପାଲଟୁଛି । ସକାଳୁ ଆପଣ ପାଣି ମୋଟର ଚଳାଇଲେ, ଗରମ ପାଣିରେ ଗାଧୋଇଲେ, ଗୀଜର ଚଳାଇଲେ, ରୋଷେଇ ପାଇଁ ଗ୍ୟାସ ଜଳାଇଲେ, ମାଇକ୍ରୋୱେଭ, ମିକ୍ସିର ଉପଯୋଗ କଲେଏ ପୁଣି ଜଳଖିଆ କଲେ, କାରରେ ବସି କାର୍ଯ୍ୟାଳୟ ଗଲେ, ସେଠାରେ ମଧ୍ୟ ଏସି ଚଳାଇଲେ । ଦିନରାତି ଆପଣ ଯେଉଁ ଉପକରଣଗୁଡ଼ିକ ସହିତ ରହୁଛନ୍ତି ତାହା ଯନ୍ତ୍ର ଦ୍ୱାରା ପରିଚାଳିତ । ଯଦି ଗୋଟିଏ ଛୋଟ ମେଶିନ ଆଗରେ ଛିଡ଼ାହେଲେ ତା’ର ସାମାନ୍ୟ ଗରମ ସହ୍ୟ କରିହେଉନି, ତେବେ ହଜାର ହଜାର, ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଏପରି ମେଶିନ ବ୍ୟବହାର କଲେ ତା’ର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ କିପରି ପଡ଼ିବ? ଧରିତ୍ରୀର ତାପମାତ୍ରା ବଢ଼ାଇବାରେ ଆପଣଙ୍କର ଏସି, ଫ୍ରିଜ, ମାଇକ୍ରୋୱେ, ଓଭନ, ଗାଡ଼ିର ଆଦିର ଅନେକ ଯୋଗଦାନ ରହିଛି ।

Get real time updates directly on you device, subscribe now.