fbpx

ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ବିଜୟୀ

ନୂଆଦିଲ୍ଲୀ: ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରତିପକ୍ଷ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୬ ୱିକେଟରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୧୭.୩ ଓଭରରେ ମାତ୍ର ୮୯ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ରଶିଦ ଖାନ ସର୍ବାଧିକ ୩୧ ରନ୍ ସଂଗ୍ରହ କରିଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ଦିଲ୍ଲୀ ମାତ୍ର ୮.୫ ଓଭରରେ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେନ ଫ୍ରେସର-ମାକଗୁର୍କ ସର୍ବାଧିକ ୨୦ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଋଷଭ ପନ୍ତ (୧୬) ଓ ସୁମିତ କୁମାର (୯) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ । ଗୁଜରାଟ ପକ୍ଷରୁ ସନ୍ଦୀପ ୱାରିୟର ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ । ଲୋ ସ୍କୋରିଂ କାରଣରୁ ଆଜିର ମ୍ୟାଚରେ ଦର୍ଶକ ମଜା ଉଠାଇ ପାରିନଥିଲେ ।

Get real time updates directly on you device, subscribe now.