fbpx

ଆଖି ବୁଜିଲା ନବଜାତ, ଡାକ୍ତର କଲେ ଅବହେଳା! କହିଲେ ପ୍ରସବ କରାଇବା ଜଣାନାହିଁ!

କେନ୍ଦୁଝର(ଓଡ଼ିଶା ଭାସ୍କର): ଡାକ୍ତରଙ୍କ ଅବହେଳା ପାଇଁ ଦୁନିଆ ଦେଖିବା ଆଗରୁ ଆଖି ବୁଜିଲା ବାଛୁରି । ଛୁଆକୁ ଝୁରି ଝୁରି ମା’ ବି ଶୁଖି କଣ୍ଟା ହୋଇଗଲାଣି । ନା କିଛି ଖାଉଚି ନା ଶାନ୍ତିରେ ରହୁଛି । ଦିନ ତମାମ ଖାଲି ହମା ରଡ଼ି ହିଁ ଛାଡ଼ୁଚି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ କମାର ଯୋଡ଼ା ଅଞ୍ଚଳରେ ।

ଅଞ୍ଚଳର କାଳୀପଦ ଆପଟ୍ ଦୀର୍ଘଦିନରୁ ଏକ ଗାଈ ପାଳିଥିଲେ । ଗାଈଟିର ପ୍ରସବ ସମୟ ହେବାରୁ ସେ ନିକଟସ୍ଥ ପ୍ରାଣୀ ଡାକ୍ତର ମାଧବ ଚୌଧୁରୀଙ୍କୁ ଯୋଗଯୋଗ କରିଥିଲେ । ତେବେ ଡାକ୍ତର ମାଧବ ପ୍ରଥମେ ଟିକା ନେଇ ଅସୁସ୍ଥ ଥିବା କହିଥିଲେ । ଗାଈର ଯନ୍ତ୍ରଣା ଅଧିକ ହେବାରୁ ପୁଣିଥରେ ତାଙ୍କୁ ଯୋଗଯୋଗ କରାଯାଇଥିଲା । କିନ୍ତୁ ସେ କରୋନା ସଂକ୍ରମିତ ଥିବା କହିଥିଲେ । ପରଦିନ ବଡ଼ବିଲରୁ ଡାକ୍ତର ଆସି ଗାଈକୁ ଚିକିତ୍ସା କରିବା ସହ ଏକ ମୃତ ବାଛୁରି ଛୁଆ ପ୍ରସବ କରାଇଥିଲେ । ପରେ ଡାକ୍ତର ଶ୍ରୀ ଚୌଧୁରୀଙ୍କୁ ଯୋଗଯୋଗ କରିବାରୁ ଧମକପୂର୍ଣ୍ଣ କଥା କହିଥିବା ଅଭିଯୋଗ ହୋଇଛି । ଏହା ସହ ସେ ପ୍ରସବ କରାଇ ଜାଣି ନଥିବା କଥା ମଧ୍ୟ କହିଥିବା କାଳୀପଦ ଅଭିଯୋଗ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠିଛି ଡାକ୍ତର ବାବୁ ଯଦି କାମ ଜାଣିନାହାନ୍ତି ତେବେ ଚାକିରି କେମିତି ପାଇଲେ? କୋଉ ହିସାବରେ ସେ ଡାକ୍ତର
କେବଳ ଏତିକି ନୁହଁ ଏହା ପୂର୍ବରୁ ମଧ୍ୟ ବହୁବାର ଚୌଧୁରୀ ବାବୁଙ୍କ ପାଇଁ ଅନେକ ଗାଈଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଖୁବ୍ ଶୀଘ୍ର ତଦନ୍ତ ହେବା ସହ ଏପରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.