fbpx

TrueCallerରେ ବଦଳିଲା Call recording ଫିଚର୍, ଜାଣନ୍ତୁ କିପରି କରିବେ ଆକ୍ଟିଭ୍

ନୂଆଦିଲ୍ଲୀ: ୨୦୧୮ ମସିହାରେ ଟ୍ରୁକଲର୍ ପ୍ଲାଟଫର୍ମରେ ଏକ ନୂତନ ଫିଚର୍ ଆସିଥିଲା । ଯାହାକି ବଛା ବଛା ୟୁଜର୍ସଙ୍କ ପାଇଁ ଉପଲବ୍ଧ ଥିଲ।। । ସେ ସମୟରେ ୟୁଜର୍ସ ମାନେ ଏହାର ଲାଭ ଉଠାଇବା ପାଇଁ ଏହି ଫିଚର୍ସକୁ ଟଙ୍କା ଦେଇ କିଣୁଥିଲେ । ଫିଚର୍ ଟି ହେଲା ୟୁଜର୍ ମାନେ ନିଜ ଅପକମିଂ ଓ ଆଉଟଗୋଇଂ କଲ୍ ଗୁଡ଼ିକୁ ରେକର୍ଡ କରିପାରିବେ । ଏବେ ୩ ବର୍ଷ ପରେ ଏହି ଫିଚର୍ ୟୁଜର୍ ମାନଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏବେ ବିନା କୌଣସି ଶୁଳ୍କରେ ଏହି ଫିଚର୍ ର ଲାଭ ଉଠାଇପାରିବେ । ଏବେ ସମସ୍ତ ୟୁଜର୍ ନିଜ ସ୍ମାର୍ଟଫୋନ୍ ରେ କଲ୍ ରେକର୍ଡିଂ ର ସୁବିଧା ପାଇପାରିବେ । ତେବେ ଏଥିରେ ଉଭୟ ପେମେଣ୍ଟ ଓ ଅଣ-ପେମେଣ୍ଟ୍ ଉପଭୋକ୍ତା ସାମିଲ ରହିଛନ୍ତି ।

ତେବେ ଟ୍ରୁକଲର୍ ର ଏହି ଫିଚର୍ କେବଳ ଆଣ୍ଡ୍ରଏଡ୍ ଫୋନ୍ ୟୁଜର୍ ଙ୍କ ପାଇଁ ଉପଲବ୍ଧ ରହିଛି । ତେଣୁ ଯଦି ଆପଣ ମାନେ ଆଣ୍ଡ୍ରଏଡ୍ ଫୋନ୍ ଚଳାଉଛନ୍ତି ତେବେ ଆପଣ ମାନେ ଜାଣିବା ଦରକାର ଯେ, ଆପଣଙ୍କ ଫୋନ୍ ଆଣ୍ଡ୍ରଏଡ୍ ୫.୧ କିମ୍ବା ତାଠାରୁ ଅପଡେଟେଡ୍ ଭର୍ସନର କି ନୁହେଁ । କାରଣ ଆଣ୍ଡ୍ରଏଡ୍ ଭର୍ସନ ୫.୧ ଠାରୁ ପୁରୁଣା ଭର୍ସନ ଥିବା ସ୍ମାର୍ଟଫୋନ୍ ରେ ଏହି ଫିଚର୍ କୁ ପାଇବା ପାଇଁ ଆପଣ ମାନଙ୍କୁ ପେମେଣ୍ଟ କରିବାକୁ ହେବ ।

ଟ୍ରୁକଲରର ଆଣ୍ଡ୍ରଏଡ୍ ଉପଭୋକ୍ତାମାନେ ଏହି ଫିଚରକୁ ମ୍ୟାନୁଏଲ୍ ଭାବରେ ଚାଲୁ କିମ୍ବା ବନ୍ଦ କରିପାରିବେ କିମ୍ବା ସାଇଡ୍ ମେନୁରେ କଲ୍ ରେକର୍ଡିଂ ଫିଚର୍ କୁ ଯାଇ ତାପରେ ସେଟିଂ ମେନୁରେ ଅଟୋ ରେକର୍ଡ ଅପ୍ସନ୍ କୁ ଯାଇ ଅଟୋ କଲ୍ ରେକର୍ଡିଂ କାର୍ୟ୍ୟକାରିତାକୁ ଏନାବଲ୍ କରିପାରିବେ ।

Get real time updates directly on you device, subscribe now.