fbpx
BJD
BJD SKY
BJD SKY

କ’ଣ ହୃଦରୋଗୀ ଘିଅ ଏବଂ ଲହୁଣୀ ଖାଇପାରିବେ? ବିଶେଷଜ୍ଞ ଠାରୁ ଜାଣନ୍ତୁ ଏହାର ଉତ୍ତର

ଖରାପ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଲୋକମାନେ ରକ୍ତଚାପ, ଷ୍ଟ୍ରୋକ ଏବଂ ହୃଦରୋଗ ଭଳି ଅନେକ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ମାମଲା କେବଳ ବୃଦ୍ଧ ଲୋକଙ୍କ ମଧ୍ୟରେ ନୁହେଁ, ଯୁବକମାନଙ୍କ ମଧ୍ୟରେ ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହୃଦ ରୋଗୀମାନଙ୍କୁ ମଧ୍ୟ ସେମାନଙ୍କର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବାକୁ ପଡେ, ଯାହାଦ୍ୱାରା କି ବିପଦ ଅଧିକ ବଢିବ ନାହିଁ । ଖାଦ୍ୟରେ ଅଧିକ ପରିମାଣର ଚର୍ବି ଅନ୍ତର୍ଭୁକ୍ତ ହେଲେ କୋଲେଷ୍ଟ୍ରଲ୍ର ଆଶଙ୍କା ବଢିଥାଏ । ଏହି କାରଣରୁ ହୃଦ ରୋଗୀମାନେ ଘିଅ କିମ୍ବା ଲହୁଣୀ ଖାଇବା ଠାରୁ ଦୂରେଇ ରୁହନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ହୃଦ ରୋଗୀଙ୍କ ଖାଇବା ଏବଂ ପିଇବା ଅଭ୍ୟାସ ସୀମିତ ରହିବ ଦରକାର । ଅଧିକାଂଶ ହୃଦ ରୋଗୀ ସେମାନଙ୍କ ଖାଦ୍ୟରେ ଘିଅ ଏବଂ ଲହୁଣୀ ଅନ୍ତର୍ଭୁକ୍ତ କରନ୍ତି ନାହିଁ । କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଏହା ହେଉଛି ଯେ ହୃଦ ରୋଗୀମାନେ ପ୍ରକୃତରେ ଘିଅ କିମ୍ବା ଲହୁଣୀରୁ ଦୂରେଇ ରହିବା ଉଚିତ କିମ୍ବା ସେମାନଙ୍କୁ ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଉଚିତ କି?

ଯୋଗ ଗୁରୁ ତଥା ଯୋଗ ପ୍ରତିଷ୍ଠାନର ପ୍ରତିଷ୍ଠାତା ଡକ୍ଟର ହାନସା ଯୋଗେନ୍ଦ୍ର କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ଅନେକ ସମୟରେ ଦ୍ୱନ୍ଦ୍ୱ ରହିଥାଏ । ଘିଅ ଏବଂ ଲହୁଣୀରେ ଚର୍ବି ଭରପୂର ହୋଇ ରହିଥାଏ । ଏହି କାରଣରୁ ହୃଦରୋଗର ଆଶଙ୍କା ବଢିଯାଏ । ଏନେଇ ଡା. କହିଛନ୍ତି ହୃଦ ରୋଗୀମାନେ ଘରେ ତିଆରି ଲହୁଣୀ ଏବଂ ଘିଅ ଅଳ୍ପ ପରିମାଣରେ ଖାଇପାରିବେ । କିନ୍ତୁ ହୃଦ ରୋଗୀମାନେ ପନିର, ଡାଲି ଏବଂ ପନିପରିବା ପରି ଏକ ପ୍ରୋଟିନ ଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଏହା ସହିତ, ଚିନି ଏବଂ ଉଚ୍ଚ ସୋଡିୟମ ଜାତୀୟ ଜିନିଷକୁ ସୀମିତ କରନ୍ତୁ । ବିଶୋଧିତ କାର୍ବୋହାଇଡ୍ରେଟ ବଦଳରେ ଆପଣଙ୍କ ଖାଦ୍ୟରେ ସମ୍ପୂର୍ଣ୍ଣ ଶସ୍ୟ ଅନ୍ତର୍ଭୂକ୍ତ କରନ୍ତୁ ।

Get real time updates directly on you device, subscribe now.