fbpx

ପାକିସ୍ତାନ ଠାରୁ PoK ଆଣିବା ସହଜ ହୋଇ ନପାରେ ମାତ୍ର ଅସମ୍ଭବ ନୁହେଁ: ଏ ବାବଦରେ କ’ଣ କହୁଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ବର୍ତ୍ତମାନ ଭାରତର ପରବର୍ତ୍ତର୍ୀ ଲକ୍ଷ୍ୟ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଉପରେ । କଶ୍ମୀର ପାକିସ୍ତାନ ସୀମାବର୍ତ୍ତୀ ହୋଇଥିôବାରୁ ଅଧିକାଂଶ ସମୟରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଚାଲିଥାଏ । ତେବେ ମୋଦି ସରକାର କଶ୍ମୀରରୁ ୩୭୦ ଧାରା ଉଠାଇ ଦେଶବାସୀଙ୍କୁ ଏକ ଅବିଶ୍ୱସନୀୟ ଚକମା ଦେଇଥିଲେ । ତେଣୁ ପ୍ରଧାନମନ୍ତ୍ରୀ ମୋଦି ପିଓକେଙ୍କୁ ନେଇ ମଧ୍ୟ ଅନୁରୂପ ପଦକ୍ଷେପ ନେଇପାରନ୍ତି ବୋଲି ଦେଶବାସୀ ଆଶା କରୁଛନ୍ତି । ମାତ୍ର ବାସ୍ତବରେ ଏହା ଭାରତ ପାଇଁ ଏତେ ସହଜ ହେବ ନାହିଁ ବୋଲି ବିଚାର କରାଯାଉଛି ।

ଏନେଇ ଜଣେ ପୂର୍ବତନ ରିସର୍ଚ୍ଚ ଆଣ୍ଡ ଆନାଲିସି୍ ୱିଙ୍ଗ (ର) ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲଓସି) ଏକ ଅନ୍ତର୍ଜାତୀୟ ସୀମାର ମାନ୍ୟତା ଲାଭ କରିସାରିଛି । ତେଣୁ ଏହି ପ୍ରକ୍ରିୟା ସମାପ୍ତ ହେବାକୁ ଅତିକମରେ ୭ରୁ ୧୦ ବର୍ଷ ସମୟ ଲାଗିପାରେ । ସେହିପରି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଏ ବିଷୟରେ ଟ୍ୱିଟ୍ କରି କହିଥିଲେ ଯେ, ୧୯୪୭ରେ ଦେଶ ସ୍ୱାଧୀନ ହେବା ପରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମିଳିତ ଜାତିସଂଘରେ ଏହାକୁ ନେଇ ଏକ ପ୍ରସ୍ତାବ ଦାୟର କରିଥିଲେ । ଉକ୍ତ ପ୍ରସ୍ତାବକୁ ଫେରସ୍ତ ଆଣିବା ଫଳରେ ପିଓକେକୁ ସେନା କବଜାକୁ ନେବା ସମ୍ଭବ ହୋଇପାରିବ ।

ଏ ବାବଦରେ ଜଣେ ପୂର୍ବତନ ସ୍ଥଳ ସେନାଧ୍ୟକ୍ଷ କହିଛନ୍ତି ଯେ, ପିଓକେ ହାସଲ କରିବା ଏତେ ସହଜ ନୁହେଁ । ପିଓକେ ପାଇବାକୁ ହେଲେ ଆମକୁ ସାଧାରଣ ଯୁଦ୍ଧ ନୁହେଁ, ଭୟଙ୍କର ଯୁଦ୍ଧ ଲଢ଼ିବାକୁ ପଡ଼ିବ । ସେଥିପାଇଁ ଆମର ପ୍ରତିରକ୍ଷା ଶକ୍ତିକୁ ବହୁଗୁଣିତ କରିବାକୁ ପଡ଼ିବ । ପାକିସ୍ତାନ ଆମର ଅଞ୍ଚଳକୁ କବଜା କରିଛି, ତେଣୁ ଏଥିରେ ଜାତିସଂଘକୁ ସାମିଲ କରିବା ଅନୁଚିତ । ଜାତିସଂଘ କେବେ ବି ଭାରତକୁ ପିଓକେ ପ୍ରଦାନ କରିପାରିବ ନାହିଁ । ଦେଶ ସ୍ୱାଧୀନତା ସମୟରେ ଦାୟର କରାଯାଇଥିବା ପ୍ରସ୍ତାବରେ ଜନମତ ସଂଗ୍ରହ ଉପରେ କୁହାଯାଇଥିଲା । ସେହିପରି ଏ ବିଷୟରେ ଜଣେ ସମ୍ବିଧାନ ବିଶେଷଜ୍ଞ କହିଛନ୍ତି ଯେ, ପିଓକେ ହାସଲ କରିବାକୁ ହେଲେ ଭାରତକୁ ପୂର୍ବାପେକ୍ଷା ଅଧିକ ତଥ୍ୟ, ପ୍ରମାଣ ସଂଗୃହୀତ କରିବାକୁ ପଡ଼ିବ ।

Get real time updates directly on you device, subscribe now.