fbpx

ଦ୍ୱିତୀୟ ଦିନରେ ଅକ୍ସନ: ଫିଞ୍ଚ, ରାହାଣେ ଏବଂ ମୋର୍ଗାନଙ୍କ ଉପରେ ଲାଗିବ ନିଲାମୀ, କିଏ ହେବ କାହାର??

ବେଙ୍ଗଲୁରୁ: ଦ୍ୱିତୀୟ ଦିନରେ ପହଞ୍ଚିଛି ଓଚଖ ଅକ୍ସନର ଆକ୍ସନ । ପୁଣି ଥରେ ବଡ ଖେଳାଳିମାନଙ୍କୁ ନେଇ ଆରମ୍ଭ ହୋଇଛି ନିଲାମୀ ପ୍ରକ୍ରିୟା । ପ୍ରଥମ ଖେଳାଳି ଭାବେ ଏଡେନ ମକ୍ରମ ନାଁ ଉଠିଛି ନିଲାମୀ ତାଲିକାରେ । ପ୍ରଥମ ଖେଳାଳି ଭାବେ ମକ୍ରମଙ୍କ ନେଇ ଚାଲିଛି ଛକାପଞ୍ଝା । ପ୍ରଥମେ ହାଇଦ୍ରାବାଦ ତାଙ୍କ ଉପରେ ଭରଷା ଦେଖାଇଥିବା ବେଳେ, ପରେ ପଞ୍ଜାବ ଏବଂ ମୁମ୍ବାଇ ମଧ୍ୟ ମକ୍ରମଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇଛନ୍ତି । କିନ୍ତୁ ଶେଷରେ ହାଇଦ୍ରାବାଦରେ ସାମିଲ ହୋଇଛନ୍ତି ମକ୍ରମ । ୨.୬ କୋଟି ଟଙ୍କା ବ୍ୟୟରେ ମକ୍ରମଙ୍କୁ ନିଜ ଦଳରେ ସାମିଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ଏହାଦ୍ୱାରା ଅକ୍ସନର ଦ୍ୱିତୀୟ ଦିନର ପ୍ରଥମ ଖେଳାଳି ଭାବେ ବିକ୍ରି ହୋଇଛନ୍ତି ମକ୍ରମ ।

ଏହାପରେ ଦ୍ୱିତୀୟ ଖେଳାଳି ଭାବେ ଅଜିଙ୍କ୍ୟ ରାହାଣେ ନିଲାମୀକୁ ଓହ୍ଲାଇଥିଲେ । କିନ୍ତୁ ତାଙ୍କୁ ତାଙ୍କ ବେସ ପ୍ରାଇସରେ ହିଁ କିଣି ନେଇଛି କୋଲକାତା ନାଇଟ ରାଇଡର୍ସ । ସେହିପରି ଡାଭିଡ ମଲାନ ନିଲାମୀ ପ୍ରକ୍ରିୟାରେ ପହଞ୍ଚିଥିଲେ ସୁଦ୍ଧା ତାଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରି ନାହାନ୍ତି । ପଳରେ ଆଜିର ପ୍ରଥମ ଅନସୋଲ୍ଡ ଖେଳାଳି ଭାବେ ତାଲିକାରେ ଯୋଡି ହୋଇଛନ୍ତି ଡାଭିଡ ମଲାନ । ମନଦୀପ ସିଂହ ମଧ୍ୟ ଉଚ୍ଚା ଦାମ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାନ୍ତି । ୧.୧ କୋଟି ଟଙ୍କାରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଦଳରେ ସାମିଲ କରିଛି ।

Get real time updates directly on you device, subscribe now.