fbpx

ସ୍ୱପ୍ନରେ ଏହି ୫ ପଶୁ ଦେଖାଦେଲେ ହୋଇଯାଆନ୍ତୁ ସତର୍କ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ଆମେ ସ୍ୱପ୍ନରେ ଅନେକ କିଛି ଦୃଶ୍ୟ ଦେଖିଥାଉ । ତନ୍ମଧ୍ୟରୁ କିଛି ଆମକୁ ଖୁବ୍ ଭଲ ଲାଗେ ତ ଆଉ କିଛି ଭୟଙ୍କର ବି ଲାଗେ । ଅନେକ ସମୟରେ ସ୍ୱପ୍ନରେ ଆମେ ପଶୁ ମାନଙ୍କୁ ଦେଖିଥାଉ । ତେବେ ଏହି ସବୁ ସ୍ୱପ୍ନ ଆମକୁ ଅନେକ ପ୍ରକାର ସଙ୍କେତ ଦେଇଥାଏ ।

 

ଯେପରି ଯଦି ଆପଣ କୁକୁର କିମ୍ବା ଭୋକୁଥିବା ଶବ୍ଦ ସ୍ୱପ୍ନରେ ଶୁଣୁଛନ୍ତି ତାହେଲେ ଏହାକୁ ଶୁଭ ବୋଲି ଧରାଯାଇଥାଏ । ଆଉ ଯଦି କୁକୁର ଆପଣଙ୍କୁ ସ୍ୱପ୍ନରେ କାମୁଡ଼ି ଦେଇଥାଏ । ତାହେଲେ ଏହା ଅଶୁଭ ହୋଇଥାଏ ।

ସେହିପରି ଯଦି କୁକୁର ଆପଣଙ୍କ ପଛରେ ଦୌଡ଼ୁଥିବା ଦେଖାଯାଏ ତାହେଲେ ଆପଣ ଜୀବନରେ କିଛି ଉତ୍ତମ କରିବେ । ଏହାଛଡ଼ା ସ୍ୱପ୍ନରେ ଭାଲୁ ଶୋଇଥିବା ଦେଖିବାକୁ ପାଆନ୍ତି । ତାହେଲେ ଏହା ସଙ୍କେତ ଦେଉଛି ଯେ, ଆପଣଙ୍କ ଜୀବନରେ ଅନେକ ସଂଘର୍ଷ ଆସିବାକୁ ଯାଉଛି ।

ସ୍ୱପ୍ନରେ ଯଦି କଳା ବିଲେଇ ଦେଖୁଛନ୍ତି ତାହେଲେ ତାହା ଆଦୌ ଶୁଭ ହୋଇନଥାଏ । ତେଣୁ ଏହିଭଳି ସ୍ୱପ୍ନ ଦେଖିଲେ ସତର୍କ ହୋଇଯାଆନ୍ତୁ ।

ସ୍ୱପ୍ନରେ ହାତୀକୁ ଦେଖିବା ଧନ ପ୍ରାପ୍ତିର ସଂଙ୍କେତ ହୋଇଥାଏ । ଆଉ ଯଦି ହାତୀ ଉପରେ ଆପଣ ବସିଥିବା ଦେଖିବାକୁ ପାଇଲେ ତାହେଲେ ଆପଣଙ୍କ ଘରକୁ ଓ ଜୀବନକୁ ବୈଭବ ଆସିବାର ସଂଙ୍କେତ ମିଳେ ।

Get real time updates directly on you device, subscribe now.