fbpx

‘ହିଜାବ ପିନ୍ଧିଥିବା ଏକ ଝିଅ ଦିନେ ହେବ ଭାରତର ପ୍ରଧାନମନ୍ତ୍ରୀ’- AIMIM ମୁଖ୍ୟ ଓୱେସୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରର ହୋଇଯାଇଛି । ଏହା ବର୍ତ୍ତମାନ ଆଉ ଜାତୀୟ ପ୍ରସଙ୍ଗ ହୋଇନାହିଁ । ଏହି କ୍ରମରେ ଅନେକ ବଡ଼ ବଡ଼ ରାଜନେତା ନିଜ ନିଜର ମତ ଏନେଇ ରଖୁଛନ୍ତି । ତେବେ ଏହା ଭିତରେ ଏଆଇଏମଆଇଏମ୍ ର ପ୍ରମୁଖ ତଥା ଲୋକସଭା ସାଂସଦ ଅସଦ୍ଦୁଦିନ୍ ଓୱେସୀ କହିଛନ୍ତି ଯେ, ଦିନେ ହିଜାବ ପିନ୍ଧିଥିବା ଏକ ଝିଅ ଭାରତର ପ୍ରଧାନମନ୍ତ୍ରୀ ହେବ । ତାଙ୍କରୀ ଏହି ବୟାନ କର୍ଣ୍ଣାଟକର ହିଜାବ ବିବାଦ ମଧ୍ୟରେ ଆସିଛି ।

ଓୱେସୀ ଏକ ଭିଡିଓ ଟୁଇଟ୍ କରିଛନ୍ତି । ସେଥିରେ ସେ କହିଛନ୍ତି ଯେ, ହିଜାବ ପିନ୍ଧି ମହିଳା ମାନେ କଲେଜ୍ କଲେଜ୍ ଯିବେ, ଜିଲ୍ଲା କଲେକ୍ଟର୍, ମାଜିଷ୍ଟ୍ରେଟ୍ ଓ ବ୍ୟବସାୟୀ ସବୁ କିଛି ବନିବେ । ଏକ ରାଲିରେ ଲୋକମାନଙ୍କୁ ସମ୍ବୋଧିତ କରି ଓୱେସୀ କହିଛନ୍ତି ଯେ, ମୁଁ ଏହା ଦେଖିବାକୁ ଜୀବିତ ନଥିବି । କିନ୍ତୁ ମୋ ଶବ୍ଦକୁ ଧ୍ୟାନ ଦିଅନ୍ତୁ । ଦିନେ ହିଜାବ ପିନ୍ଧିଥିବା ଜଣେ ଝିଅ ପ୍ରଧାନମନ୍ତ୍ରୀ ହେବ ।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ହିଜାବ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ମୁସଲିମ୍ ଛାତ୍ରୀ ମାନେ ହିଜାବ ପିନ୍ଧି କଲେଜ୍ କୁ ଯିବାରୁ ସେମାନଙ୍କୁ ପ୍ରବେଶ କରିବାକୁ ଦିଆଯାଇନଥିଲା । ଏହି ପ୍ରସଙ୍ଗ ପୂରା ରାଜ୍ୟରେ ବ୍ୟାପିଯାଇଥିଲା । ଏହି ଘଟଣା ପରେ ପ୍ରାୟତଃ ସମସ୍ତ ସ୍କୁଲ୍ କଲେଜ୍ ରେ ଏହି ନିୟମ ଲାଗୁ ହେଲା । ହିଜାବ ପିନ୍ଧି ଆସୁଥିବା ଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ କୁ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଯାହାପରେ ରାଜ୍ୟର ଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

Get real time updates directly on you device, subscribe now.