fbpx

ବିଜେପି ବିଧାୟକଙ୍କ ପାଇଁ ବଢ଼ିଲା ସମସ୍ୟା, ଯୁବତୀ ଅପହରଣ ନେଇ ଥାନାରେ ମାମଲା ରୁଜୁ

ପାଟନା: ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାର ଲୌରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ବିନୟ ବିହାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଟନାର ଜଣେ ଯୁବତୀ ଅପହରଣ ଅଭିଯୋଗରେ ତାଙ୍କ ଉପରେ ମାମଲା ରୁଜୁ ହୋଇଛି । ପୀଡିତାଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଆଧାରରେ ପାଟନାର ଆଗମକୁଆନ୍ ପୋଲିସ ଷ୍ଟେସନରେ ଆଇପିସି ଧାରା ୩୬୬ ଓ ୧୨୦(ବି) ଅଧିନରେ ଅଭିଯୁକ୍ତ ବିଧାୟକ ବିନୟ ବିହାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିନୟ ବିହାରୀଙ୍କ ପତ୍ନୀ ଚଞ୍ଚଲା ବିହାରୀ ଓ ସେମାନଙ୍କ ସମ୍ପର୍କୀୟ ରାଜୀବ ସିଂ ଙ୍କ ବିରୋଧରେ ବି ପୋଲିସ ମାମଲା ରୁଜୁ କରିଛି ।

ପୀଡ଼ିତାଙ୍କ ପକ୍ଷରୁ ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ, ସେମାନେ ଝିଅ ସମ୍ପର୍କରେ ଜାଣିବା ପାଇଁ ବିନୟ ବିହାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା । ସେହି ସମୟରେ ବିନୟ କହିଥିଲେ ଯେ, ‘ଯେଉଁଆଡେ ଯିବାକୁ ଚାହୁଁଛ ଯାଅ, ଯାହା ନିକଟରେ ଅଭିଯୋଗ କରିବାର ଅଛି କର । କେହି ବି ମୋର କିଛି କରିପାରିବେ ନାହିଁ ।’ ତେବେ ଝିଅକୁ ଅପହରଣ କରିବା ମାମଲାରେ ଏଫଆଇଆର ଦାଖଲ ହେବାର ୩ ଦିନ ପରେ ବି ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା ।

Get real time updates directly on you device, subscribe now.