fbpx
BSKY
BJD MC SKY
BJD MS SKY

ଜଣେ ମଣିଷର ମୃତ୍ୟୁ ପରେ ତା’ର ଫିଙ୍ଗର ପ୍ରିଣ୍ଟ ଦ୍ୱାରା ମୋବାଇଲ ଫୋନକୁ ଅନଲକ୍ କରିହେବ କି?

ନୂଆଦିଲ୍ଲୀ: ମଣିଷ ଜନ୍ମ ହୋଇଛି ମାନେ ମୃତ୍ୟୁ ଅବଶ୍ୟମ୍ଭାବୀ । ତେବେ ମଣିଷକୁ ନେଇ ଶତାବ୍ଦୀ ଶତାବ୍ଦୀ ବର୍ଷ ଧରି ବୈଜ୍ଞାନିକମାନେ ଗବେଷଣା କରି ଆସୁଛନ୍ତି । ଆଜି ବିଜ୍ଞାନ ବହୁ ଆଗକୁ ଅଗ୍ରଗତି କରିସାରିଥିଲେ ହେଁ ମଣିଷର ଜନ୍ମ-ମୃତ୍ୟୁକୁ ନେଇ ଏବେ ବି ଅନେକ କଥା ରହସ୍ୟ ହୋଇ ରହିଛି । ସାଧାରଣ ଭାବେ ପ୍ରତି ମଣିଷର ମୁହଁର ଆକୃତି, ଚିନ୍ତାଧାରା, ଡିଏନଏ ଆଦି ଯେପରି ଭିନ୍ନ ଭିନ୍ନ ହୋଇଥାଏ, ସେହି ଅନୁସାରେ ତା’ର ଫିଙ୍ଗର ପ୍ରିଣ୍ଟ ବା ଆଙ୍ଗୁଠି ଛାପ ମଧ୍ୟ ଅଲଗା ଅଲଗା ହୋଇଥାଏ ।

ଆଜିକାଲିର ଡିଜିଟାଲ ଯୁଗରେ ବିଭିନ୍ନ କ୍ଷେତ୍ରରେ ଜଣଙ୍କର ପରିଚୟ ପାଇଁ ଫିଙ୍ଗର ପ୍ରିଣ୍ଟକୁ ବ୍ୟବହାର କରାଯାଇଥାଏ । ଅନେକ ନିଜ ନିଜର ଫୋନରେ ପାସୱାର୍ଡ ଦେବା ସହିତ ଆଉ କିଛି ଲୋକ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ଫୋନ୍ ଲକ – ଅନଲକ୍ କରିଥାନ୍ତି । ତେବେ ଏଭଳି ସ୍ଥିତିରେ ଗୋଟିଏ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ଜଣଙ୍କର ମୃତ୍ୟୁ ପରେ ଉକ୍ତ ବ୍ୟକ୍ତିଙ୍କର ଫିଙ୍ଗର ପ୍ରିଣ୍ଟକୁ ବ୍ୟବହାର କରି ତାଙ୍କର ଫୋନକୁ ଅନଲକ୍ କରିହେବ କି ? ମଣିଷର ମୃତ୍ୟୁ ପରେ ତା’ର ଫିଙ୍ଗର ପ୍ରିଣ୍ଟ ପରିବର୍ତ୍ତନ ହୋଇଯାଏ ନା ପୂର୍ବ ଅବସ୍ଥାରେ ରହିଥାଏ, ଏପରି ଅନେକ ପ୍ରଶ୍ନ ଆମ ମନରେ ଆସିବା ସ୍ୱାଭାବିକ ।

ମଣିଷ ମୃତ୍ୟୁବରଣ କରିବା ପରେ ତା’ର ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ନିର୍ଜୀବ ପାଲଟି ଯାଇଥାନ୍ତି । ଏଭଳି ସ୍ଥିତିରେ ଆମର ଅନ୍ୟ ଅଙ୍ଗ ପରି ଫିଙ୍ଗର ବା ଆଙ୍ଗୁଠିରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଇଥାଏ । ମୃତ୍ୟୁ ପରେ ଜଣଙ୍କର ଫିଙ୍ଗର ପ୍ରିଣ୍ଟ ପାଇବା ପାଇଁ ବହୁତ ପ୍ରୟାସ କରିବାକୁ ପଡ଼ିଥାଏ । କାରଣ, ମୃତ୍ୟୁର ପରବର୍ତ୍ତୀ ସମୟରେ ମଣିଷର ଫିଙ୍ଗର ପ୍ରିଣ୍ଟ ବଦଳି ଯାଇଥାଏ । ତେବେ ଫରେନସିକ୍ ଲ୍ୟାବରେ ଏକ୍ସପର୍ଟମାନେ ଚାହିଁଲେ ମଣିଷର ଆଙ୍ଗୁଠିର ସଠିକ୍ ଛାପ୍ ନେଇ ପାରିବେ । ଜଣେ ବ୍ୟକ୍ତି ଜୀବିତ ଥାଉ ବା ମୃତ ହୋଇଥାଉ ଫରେନସିକ୍ ବିଶେଷଜ୍ଞଙ୍କୁ ଆଙ୍ଗୁଠିର ଛାପ ନେବା ପାଇଁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ ।

ତେବେ ସବୁଠାରୁ ବଡ଼ କଥା ହେଉଛି, ମଣିଷର ମୃତ୍ୟୁ ପରେ ତା’ର ଆଙ୍ଗୁଠିର ଚିହ୍ନ ଦ୍ୱାରା ଫୋନକୁ ଅନଲକ୍ କରାଯାଇ ପାରିବ ନାହିଁ । ଆମେ ବ୍ୟବହାର କରୁଥିବା ମୋବାଇଲ ଫୋନର ସେନସର ମଣିଷର ଆଙ୍ଗୁଠିରେ ଚାଲୁଥିବା ବୈଦ୍ୟୁତିକ କଣ୍ଡକ୍ଟାନ୍ସ ଆଧାରରେ କାର୍ଯ୍ୟ କରିଥାଏ । ମଣିଷର ମୃତ୍ୟୁ ପରେ ଶରୀରରେ ବୈଦ୍ୟୁତିକ ସରବରାହ ବନ୍ଦ ହୋଇଯାଇଥାଏ । ତେଣୁ ବିନା ବିଦ୍ୟୁତରେ ମୋବାଇଲ ଫୋନର ସେନ୍ସରଗୁଡ଼ିକ ଆଙ୍ଗୁଠିର ଛାପକୁ ଚିହ୍ନଟ କରିପାରି ନଥାଏ । ତେଣୁ ମୃତ୍ୟୁ ପରେ ମଣିଷର ଫିଙ୍ଗର ପ୍ରିଣ୍ଟ ଦ୍ୱାରା ଫୋନକୁ ଅନଲକ୍ କରିହେବ ନାହିଁ ।

Get real time updates directly on you device, subscribe now.