fbpx

କରୋନା ସଂକ୍ରମଣକୁ ନେଇ ପୁଣି ବିମାନ ସେବାରେ ରୋକ୍ ଲଗାଇଲେ କାନାଡ଼ା ସରକାର, ଅଗଷ୍ଟ ୨୧ ପର୍ଯ୍ୟନ୍ତ କାନାଡାକୁ ଉଡିବନି ଭାରତୀୟ ବିମାନ

ଓଟ୍ଟାୱା (ଓଡ଼ିଶା ଭାସ୍କର): ଦେଶରେ କୋରୋନା ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଏବେ ବି କିଛି ରାଷ୍ଟ୍ର ଭାରତରୁ ବିମାନ ଯାତ୍ରାକୁ ନିଷେଧ କରିଛନ୍ତି । ପୂର୍ବରୁ ଦେଶରୁ ବିମାନ ଯାତ୍ରା କାନାଡା ନିଷେଧ କରିଥିବା ବେଳେ ଏହାକୁ ଅଗଷ୍ଟ ୨୧ ଯାଏଁ ବଢାଇ ଦେଇଛି । ଫଳରେ ଏହି ସମୟସୀମା ପର୍ଯ୍ୟନ୍ତ ଭାରତରୁ କୌଣସି ନାଗରିକ କାନାଡାକୁ ଯାତ୍ରା କରିପାରିବେ ନାହିଁ ।

କାନାଡା ଗତ ଏପ୍ରିଲ ୨୨ ତାରିଖରେ ଭାରତରୁ ବିମାନ ଯାତ୍ରାକୁ ନିଷେଧ କରିଥିଲା । ଏହି ସମୟରେ ଭାରତରେ ଅଚାନକ ସଂକ୍ରମଣ ବଢିବାରେ ଲାଗିଥିଲା । କାନାଡାର ଏହି କଟକଣା ଆସନ୍ତା ଜୁଲାଇ ୨୧ ତାରିଖରେ ସରୁଥିବା ବେଳେ ପୁଣି ଦେଶ ଅଗଷ୍ଟ ୨୧ ଯାଏଁ କଟକଣାକୁ ବୃଦ୍ଧି କରିଛି । ଏହାକୁ ମିଶାଇ ୪ ଥର କାନାଡା ଭାରତରୁ ବିମାନ ଉଡାଣ ଉପରେ କଟକଣା ଲଗାଇଛି ।

ବର୍ତ୍ତମାନ ଦେଶରେ କୋରୋନା ମହାମାରୀର ତୃତୀୟ ଲହରରେ ଡେଲଟା ଭ୍ୟାରିଆଣ୍ଟ ସାମନାକୁ ଆସିଛି । ତେବେ ଏହି ଭ୍ୟାରିଆଣ୍ଟରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ପରିବହନ ମନ୍ତ୍ରୀ ଓମାର ଅଲଘବରା ଏହି କଟକଣା ଲଗାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆମେରିକାରେ ଯେଉଁ ନାଗରିକ ସମ୍ପୂର୍ଣ୍ଣ ଟିକା ନେଇସାରିଛନ୍ତି ଓ କାନାଡା ନାଗରିକମାନେ ମଧ୍ୟ ଆସନ୍ତା ଅଗଷ୍ଟ ୯ ତାରିଖଠୁ ଦେଶକୁ ଆସିପାରିବେ ବୋଲି କାନାଡା ସରକାର ସୋମବାର ଘୋଷଣା କରିଛନ୍ତି ।

Get real time updates directly on you device, subscribe now.