fbpx

ସରକାରୀ ଚାକିରି: ୫ମ ପାସ୍ ପାଇଁ ରହିଛି ସୁଯୋଗ, ଏହି ଜିଲ୍ଲାରେ ଅଙ୍ଗନୱାଡି ପାଇଁ ବାହାରିଛି ପଦବୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ସରକାରଙ୍କ ଶିଶୁ ବିକାଶ ସେବା ଓ ପୁଷ୍ଟିହାର ବିଭାଗ ଦ୍ୱାରା ୫୩ ହଜାର ଅଙ୍ଗନୱାଡି କର୍ମୀ ଏବଂ ସହାୟକଙ୍କ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଏବେ ଚିତ୍ରକୋଟ୍ ଜିଲ୍ଲା ପାଇଁ ଆବେଦନ ଆରମ୍ଭ ହୋଇଛି । ଏହାପୂର୍ବରୁ ଆଜମଗଡ, ଜୌନପୁର, ଲକ୍ଷ୍ନୌ , ଗୋଣ୍ଡା, ମହୋବା, କାନପୁର ନାଗର ଏବଂ ବାରବାଙ୍କି ଜିଲ୍ଲା ପାଇଁ ଅନଲାଇନ୍ ଆବେଦନ ହୋଇଥିଲା ।

ତେବେ ଚିତ୍ରକୋଟରେ ଅଙ୍ଗନୱାଡି କର୍ମୀ, ମିନି ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ଆସିଷ୍ଟାଣ୍ଟ ପାଇଁ ମୋଟ ୫୧୬ ଟି ପଦବୀରେ ନିଯୁକ୍ତି ଦିଆଯିବ । ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୨୦୭ ଟି ପଦବୀ, ମିନି ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୪୭ ଟି ଓ ଅଙ୍ଗନୱାଡି ସହାୟକଙ୍କ ପାଇଁ ୨୬୨ ଟି ପଦବୀ ଖାଲି ଅଛି । ଆଗ୍ରହୀ ପ୍ରାର୍ଥୀମାନେ ଶିଶୁ ବିକାଶ ସେବା ଏବଂ ପୁଷ୍ଟିହାର ବିଭାଗର ୱେବସାଇଟ୍ http://balvikasup.gov.in/ପରିଦର୍ଶନ କରି ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୯ ଅଗଷ୍ଟ ୨୦୨୧ ରହିଛି ।

ଶିକ୍ଷାଗତ ଯୋଗ୍ୟତା
-ଅଙ୍ଗନୱାଡି କର୍ମୀ ଏବଂ ମିନି ଅଙ୍ଗନୱାଡି କର୍ମୀଙ୍କ ପାଇଁ ଅତିକମରେ ଦଶମ ପାସ୍ କରିଥିବା ଆବଶ୍ୟକ ।
-ସେହିପରି ଅଙ୍ଗନୱାଡି ଆସିଷ୍ଟାଣ୍ଟ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ପାସ୍ ରହିଛି ।

ବୟସ –
ଆବେଦନ କରିବାକୁ ସର୍ବନିମ୍ନ ବୟସ ୨୧ ବର୍ଷ ଥିବାବେଳେ ସର୍ବାଧିକ ବୟସ ୪୫ ବର୍ଷ ରହିଛି । ଅଙ୍ଗନୱାଡି ଆସିଷ୍ଟାଣ୍ଟ ପଦ ପାଇଁ ସର୍ବାଧିକ ବୟସ ସୀମା ୫୦ ବର୍ଷ ରହିଛି । ବୟସ ଗଣନା ଜୁଲାଇ ୧, ୨୦୨୧ ରୁ ବିଚାର କରାଯିବ ।

Get real time updates directly on you device, subscribe now.