fbpx
BJD SKY
BJD SKY

କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କଲା ଖଣ୍ଡନ: କହିଲା- ‘ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଆମର ନୀତି ନୁହେଁ’

BJD

ନୂଆଦିଲ୍ଲୀ:ଭାରତ-କାନାଡା ସମ୍ପର୍କ । କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଭାରତ ଉପରେ ଅଭିଯୋଗ କରିଛି କି, କିପରି ଭାରତ ସେମାନଙ୍କ ଦେଶର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି । ଭାରତ ଏହା ଉପରେ ପ୍ରତିକ୍ରିୟା ରଖିଛି । କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଦ୍ୱାରା କରାଯାଇଥିବା ଅଭିଯୋଗକୁ ଭାରତ ଭିତ୍ତିହୀନ ବୋଲି କହିଛି ।

ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କାନାଡା ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ଖାରଜ କରି ଅଟ୍ଟୋଙ୍କୁ କପଟୀ ବୋଲି ଅଭିହିତ କରିଛି । କାନାଡିଆନ ସିକ୍ୟୁରିଟି ଇଣ୍ଟେଲିଜେନ୍ସ ସର୍ଭିସ (ସିଏସଆଇଏସ) ରିପୋର୍ଟକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଶୱାଲ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଶୱାଲ କହିଛନ୍ତି, “ଆମେ କାନାଡିୟ ଅନୁସନ୍ଧାନ ଆୟୋଗ ବିଷୟରେ ଗଣମାଧ୍ୟମର ରିପୋର୍ଟ ଦେଖିଛୁ । କାନାଡା ନିର୍ବାଚନରେ ଭାରତୀୟ ହସ୍ତକ୍ଷେପର ଏଭଳି ଭିତ୍ତିହୀନ ଅଭିଯୋଗକୁ ଆମେ ଦୃଢ ପ୍ରତ୍ୟାଖ୍ୟାନ କରିଛୁ । ସେ କହିଛନ୍ତି,” ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଭାରତ ସରକାରଙ୍କ ନୀତି ନୁହେଁ । ବାସ୍ତବରେ ଏହାର ବିପରୀତ କାନାଡା ହିଁ ଆମର ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରୁଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.