fbpx

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼: ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୂଆଦିଲ୍ଲୀ: ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଆସିଲା ନୂଆ ମୋଡ଼ । ନିଜ୍ଜର ହତ୍ୟାଘଟଣାରେ ଭାରତ ଉପରେ ଲାଗିଥିବା ଅଭିଯୋଗରେ ଜଣେ କାନାଡ଼ୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି କାନାଡ଼ାରେ ଥିବା ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମା । ଆଜି କାନାଡ଼ରେ ଆୟୋଜିତ ଏକ ସାକ୍ଷାତକାରରେ ସଞ୍ଜୟ ଏ ନେଇ ନିଜର ବିବୃତ୍ତି ରଖିଛନ୍ତି ।

ଜୁନ ମାସରେ କାନାଡ଼ାରେ ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ କାନାଡ଼ା ଭାରତକୁ ଦୋଷ ଦେଇ ଆସୁଥିଲା । ତେବେ ଏ ମାମଲାରେ କୌଣସି ପ୍ରମାଣ ଦାଖଲ କରିନଥିଲା । ତେବେ ବର୍ତ୍ତମାନ ସମୟରେ ଜଣେ କାନାଡ଼ୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କର ଏହି ମାମଲାରେ ସମୃକ୍ତି ଥିବା ଅଭିଯୋଗ, ଘଟଣାଟିକୁ ଏକ ଭିନ୍ନ ମୋଡ଼ ଦେଇଛି ।

ଆଜି କାନାଡ଼ାରେ ହୋଇଥିବା ଏକ ସାକ୍ଷାତକାରରେ ସଞ୍ଜୟ ଏ ନେଇ ମନ୍ତବ୍ୟ ଦେଇଛନ୍ତି । “ନିଜ୍ଜର ହତ୍ୟା ଘଟଣାର ଅନୁସନ୍ଧାନ କେବଳ ଟ୍ରୁଡୋଙ୍କ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ପ୍ରଭାବିତ ହୋଇଛି । ସେମାନଙ୍କର ନିଜ ଦେଶର ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି । ଏପରିକି ଉକ୍ତ ଅଧିକାରୀଙ୍କ ପକ୍ଷରୁ ଚାପ ପ୍ରୟୋଗ କରାଯାଇ ନିଜ୍ଜର ହତ୍ୟାକାଣ୍ଡ ମାମଲାରେ ଭାରତର ନାଁକୁ ଅଣା ଯାଇଛି ।” ବୋଲି ଅଭିଯୋଗ କରିଛନ୍ତି ବର୍ମା ।

ସୂଚନାଯୋଗ୍ୟ, ଖାଲିସ୍ତାନୀ ଆତଙ୍କବାଦୀ ନିଜ୍ଜରକୁ ଗତ ଜୁନ ମାସରେ ହତ୍ୟା କରାଯାଇଥିଲା । ତେବେ ଏହି ହତ୍ୟାଘଟଣାରେ କାନାଡ଼ା ପ୍ରଧାନମନ୍ତ୍ରୀ ଭାରତକୁ ଦୋଷ ଦେଇଥିଲେ ଯାହା ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଥିଲା । ଫଳରେ ଭାରତ କାନାଡ଼ା ଭିସା ବନ୍ଦ କରିଦେବା ସହ ଅନେକ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ କାନାଡ଼ାକୁ ନିର୍ଦ୍ଦେଶ ଦେଇଥିଲା ।

 

Get real time updates directly on you device, subscribe now.