fbpx
BSKY
BJD MC SKY
BJD YOUTH SKY

ଭାରତରୁ ବିମାନ ଉଡାଣ ପ୍ରତିବନ୍ଧକକୁ ଅଗଷ୍ଟ ୨୧ ଯାଏ ବଢ଼ାଇଲେ କାନାଡା ସରକାର

ନୂଆଦିଲ୍ଲୀ: କାନାଡା ସରକାର ଭାରତରୁ ସିଧାସଳଖ ବିମାନ ଉଡ଼ାଣ ଉପରେ ଲାଗୁ କରିଥିବା ପ୍ରତିବନ୍ଧକକୁ ୩୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବିମାନ ଉଡାଣ ପାଇଁ ଲାଗୁ କରିଥିବା ପ୍ରତିବନ୍ଧକ ଜୁଲାଇ ୨୧ରେ ସରିବାର ଥିଲା କିନ୍ତୁ ଏହା ଏବେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସନ୍ତା ମାସ ୨୧ ତାରିଖ ପର୍ଯ୍ୟନ୍ତ ଦେଶକୁ ବିମାନ ଉଡାଣ ଉପରେ କଟକଣା ବଳବତ୍ତର ରହିବ । କୋଭିଡ ମହାମାରୀର ଦ୍ୱିତୀୟ ଲହର ଏବଂ ଡେଲଟା ଭାରିଆଣ୍ଟର ସଂକ୍ରମଣ ହେତୁ ଏପ୍ରିଲ ୨୨ ରେ କାନାଡା ପକ୍ଷରୁ ପ୍ରଥମେ ଏହି ପ୍ରତିବନ୍ଧକ ଲାଗୁ କରାଯିବା ପରେ ଏହା ଚରୁର୍ଥ ଥର ପାଇଁ ବୃଦ୍ଧି ପାଇଛି । ସୋମବାରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସମ୍ପୂର୍ଣ୍ଣ ଭାବେ ସ୍ୱାସ୍ଥ୍ୟଗତ ପରାମର୍ଶ ଉପରେ ଆଧାରିତ ।

କାନାଡା ସରକାର କହିଛନ୍ତି ଯେ ଯଦି ଦେଶରେ କରୋନା ମହାମାରୀ ପରିସ୍ଥିତିରେ ସୁଧାର ଆସିବ ତେବେ ସେପ୍ଟେମ୍ବର ୭ ତାରିଖ ପରଠାରୁ ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତିଙ୍କୁ ଦେଶକୁ ଆସିବାର ଅନୁମତି ମିଳିବ । ଏହା କେବଳ ସେହି ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ହେବ ଯେଉଁମାନେ କାନାଡା ପ୍ରବେଶ କରିବାର ଅତି କମରେ ୧୪ ଦିନ ପୂର୍ବରୁ କାନାଡାରେ ଅନୁମୋଦିତ ଟିକା ଗ୍ରହଣ କରିସାରିଥିବେ ।

Get real time updates directly on you device, subscribe now.