fbpx
BJD
BJD SKY
BJD SKY

କରୋନା କାଳରେ ଅଲିମ୍ପିକ: କେମିତି ଭିନ୍ନ ଏବଂ ଖାସ୍ ରହିବ ଟୋକିଓ ଅଲିମ୍ପିକ, ଜାଣନ୍ତୁ ସବିଶେଷ

BJD

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ବଡ କ୍ରୀଡା ମହାକୁମ୍ଭ ଅଲିମ୍ପିକ କରୋନା ମହାମାରୀ କାଳରେ ଖେଳାଯିବ। ହେଲେ କରୋନା କାରଣରୁ ଅଲିମ୍ପିକ ପାଇଁ ଅନେକ ନିୟନ କରାଯାଇଛି। ଭାଇରସର  ବିପଦକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ପାଇଁ ମଧ୍ୟ ଅନେକ ଗାଇଡଲାଇନ କରାଯାଇଛି। ଏଥରର ଅଲିମ୍ପିକ ସବୁ ଅଲିମ୍ପିକଠୁ ଭିନ୍ନ ହେବାକୁ ଯାଉଛି। ଅଲିମ୍ପିକ ଜୁଲାଇ ୨୩ରୁ ଆରମ୍ଭ ହେଉଛି ଏବଂ ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍ୟପଟେ ନିକଟ ସମୟରେ କରୋନା କେସ୍ ମଧ୍ୟ ବୃଦ୍ଧି ଘଟିଛି। ଆସନ୍ତୁ ଜାଣିବା ଏଥରର ଅଲିମ୍ପିକ ଗତ ଅଲିମ୍ପିକଠୁ କେମିତି ରହିବ ଖାସ୍।

ହେବ ନାହିଁ ଉଦଘାଟନୀ ଏବଂ ଉଦଯାପନୀ ସମାରୋହ 

କରୋନା ବିପଦକୁ ଦୃଷ୍ଟିରେ ରଖି ଏଥର ଅଲିମ୍ପିକରେ ଉଦଘାଟନୀ ଉତ୍ସବ ହେବ ନାହିଁ। କାରଣ ଅଲିମ୍ପିକ ନିଜର ଭବ୍ୟ ଉଦଘାଟନୀ ଉତ୍ସବ ପାଇଁ ପରିଚିତ। ଏହା ପୂର୍ବରୁ ରିଓ, ଲଣ୍ଡନ ଓ ବେଜିଂ ଅଲିମ୍ପିକର ଉଦଘାଟନ ସମାରୋହର ଅପୂର୍ବ ଦୃଶ୍ୟ ପୂରା ଦୁନିଆ ଦେଖିଥିଲା।  ଆକର୍ଷଣୀୟ ଉତ୍ସବ ସଭିଙ୍କୁ ସ୍ତମ୍ଭୀଭୂତ କରିଥିଲା। ହଜାର ହଜାର କଳାକାର ଷ୍ଟାଡିୟମରେ ନିଜର ଅଦ୍ଭୁତ କଳାକୃତି ପ୍ରଦର୍ଶନ କରିଥିଲେ। ଏଥର ଅଲିମ୍ପିକ ସମାରୋହରେ ବହୁତ କମ ଲୋକ ଅଂଶଗ୍ରହଣ କରିବେ। ଅଧିକାରୀଙ୍କ ଅନୁଯାୟୀ, ସମାରୋହରେ ୧୧୦୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ୬୦୦୦ ହିଁ ସାମିଲ ହେବେ।

ନିଜକୁ ପିନ୍ଧିବାକୁ ପଡିବ ପଦକ

ଅଲିମ୍ପିକରେ ଏଥର ଆଥଲେଟଙ୍କୁ ହିଁ ନିଜର ପଦକ ପିନ୍ଧିବାକୁ ପଡିବ। ଏହା ବ୍ୟତୀତ ଆଥଲେଟ୍ ନିଜର ପଦକକୁ ଚୁମ୍ବନ ଦେଇ ପାରିବେ ନାହିଁ। ଏହା ବାଦ୍ ମଞ୍ଚରେ ଖେଳାଳିଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଛି। ଅଲିମ୍ପିକରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ  ବହୁତ ସତର୍କତା  ଅବଲମ୍ବନ କରିବାକୁ ପଡିବ।

ବିନା ଦର୍ଶକରେ ହେବ ଅଲିମ୍ପିକର ଆୟୋଜନ

ଜାପାନ ସରକାର କୋଭିଡ୍-୧୯ ମାମଲାକୁ ନିୟନ୍ତ୍ରିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକରେ ଦର୍ଶକଙ୍କୁ ଅନୁମତି ମିଳିନାହିଁ।

ଆଥଲେଟଙ୍କ ପାଇଁ କଡା ନିୟମ

ଅଲିମ୍ପିକରେ ସାମିଲ ଖେଳାଳିଙ୍କ ପାଇଁ ମଧ୍ୟ କଡା ନିୟମ କରାଯାଇଛି। ଖେଳାଳିଙ୍କୁ ପ୍ରତି ଦିନ କରୋନା ଟେଷ୍ଟ ଦେବାକୁ ପଡିବ। ଖେଳାଳିଙ୍କ ହାତ ମିଳାଇବା ଉପରେ କଟକଣା ଲଗା ଯାଇଛି।

ନିୟମ ଭାଙ୍ଗିଲେ ନିଜ ଦେଶ ପଠାଇ ଦିଆଯିବ

ଟୋକିଓ ଅଲିମ୍ପିକ ୨୦୨୦ରେ ଆଥଲେଟ୍, ମିଡିଆ ଓ ଅନ୍ୟ ଅଧିକାରୀ ଯିଏ କରୋନା ନିୟମ ଭାଙ୍ଗିବେ ତାଙ୍କୁ ଖେଳରୁ ବାହର କରି ଦିଆଯିବ ଏବଂ ନିଜ ଦେଶକୁ ପଠାଇ ଦିଆଯିବ।

Get real time updates directly on you device, subscribe now.