fbpx

ଏମଡିଏଚ ଓ ଏଭରେଷ୍ଟର ମସଲାରେ ମିଳିଲା କ୍ୟାନ୍ସର ସୃଷ୍ଟି କରୁଥିବା ଇଥିଲିନ୍ ଅକ୍ସାଇଡ୍! ଏହି ଦେଶଗୁଡ଼ିକରେ ଜାରି ହେଲା ଚେତାବନୀ

ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ନିୟାମକମାନେ ଦୁଇଟି ବଡ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟର କିଛି ପ୍ରଡକ୍ସ ବିଷୟରେ ଲୋକଙ୍କୁ ଚେତାବନୀ ଜାରି କରିଛନ୍ତି ।

ଏଥିମଧ୍ୟରୁ ଏମଡିଏଚର ୩ ଟି ଏବଂ ଏଭରେଷ୍ଟର ୧ ଟି ପ୍ରଡକ୍ଟ ଉପରେ ଚେତାବନୀ ଦିଆଯାଇଛି ଯେ ସେଥିରେ ଥିବା ଇଥିଲିନ ଅକ୍ସାଇଡର ସ୍ତର ଅନୁମତି ପ୍ରାପ୍ତ ସୀମାଠାରୁ ଅଧିକ ରହିଛି । ଏହା ଏକ କର୍କଟ ସୃଷ୍ଟି କରୁଥିବା ଉପାଦାନ ଭାବରେ ବିବେଚନା କରାଯାଏ । ତେବେ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍ସର ‘ଗ୍ରୁପ୍ ୧ କର୍କିନୋଜେନ’ ଶ୍ରେଣୀରେ ଇଥିଲିନ୍ ଅକ୍ସାଇଡ୍ ସ୍ଥାନିତ କରିଛି ।

କେଉଁ ଦ୍ରବ୍ୟ ଉପରେ ଚେତାବନୀ ଦିଆଯାଇଛି :-
ଏପ୍ରିଲ ୫ରେ ନିଜ ୱେବସାଇଟରେ ପୋଷ୍ଟ କରାଯାଇଥିବା ଏକ ବୟାନରେ ହଂକଂର ଖାଦ୍ୟ ନିୟାମକ ପ୍ରାଧିକରଣ କେନ୍ଦ୍ର ଖାଦ୍ୟ ସୁରକ୍ଷା (ସିଏଫଏସ୍) କହିଛି ଯେ, ଏମଡିଏଚର ତିନୋଟି ମସଲା ଦ୍ରବ୍ୟ – ମାଡ୍ରାସ କରୀ ପାଉଡର , ସମ୍ୱର ମସଲା ଏବଂ କରୀ ପାଉଡର ଏବଂ ଏଭରେଷ୍ଟର ଫିସ୍ କରୀ ମସାଲାରେ ଏକ କୀଟନାଶକ, ଇଥିଲିନ ଅକ୍ସାଇଡ୍ ଅଛି ।

ନମୁନାରେ କୀଟନାଶକ ଚିହ୍ନଟ :-

ଏମଡିଏଚ୍ ଏବଂ ଏଭରେଷ୍ଟ ଫୁଡ୍ ଉଭୟ ଖାଦ୍ୟ ନିୟାମକଙ୍କ ଦାବି ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ଏହାର ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ନୀରିକ୍ଷଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସିସଏଫଏସ ହଂକଂର ତିନୋଟି ଖୁଚୁରା ଆଉଟଲେଟରୁ ପ୍ରଡକ୍ଟ ନମୁନା ସଂଗ୍ରହ କରିଥିଲା । ଜଣେ ସିଏଫଏସ୍ ମୁଖପାତ୍ର କହିଛନ୍ତି ଯେ, ପରୀକ୍ଷା ରେଜଲ୍ଟରେ କୀଟନାଶକ, ଇଥିଲିନ୍ ଅକ୍ସାଇଡ୍ ଥିବା ଦର୍ଶାଯାଇଛି । ଏହି ପ୍ରଡକ୍ଟର ବିକ୍ରି ବନ୍ଦ କରିବା ଏବଂ ଦୋକାନରୁ ବାହାର କରିବା ପାଇଁ ସିଏଫଏଚ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.