fbpx

RRB Recruitment 2024: ୮,୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ, ନିମ୍ନରେ ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ:ଭାରତୀୟ ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (RRB) ପକ୍ଷରୁ ୮୦୦୦ TTE ପୋଷ୍ଟ ଲାଗି ଆବେଦନ ଆହ୍ୱାନ କରାଯାଇଛି । ଆଗ୍ରହୀ ଓ ଇଛୁକ ପ୍ରାର୍ଥୀ ଭାରତୀୟ ରେଲୱେର ଅଫିସିଆଲ ୱେବସାଇଟ୍ indianrailways.gov.in କୁ ଯାଇ ଏ ବିଷୟରେ ବିସ୍ତୃତ ବିବରଣୀ ପାଇପାରିବେ ।
ଏଥିପାଇଁ ଆବେଦନ ପ୍ରକ୍ରିୟା ମେ’ ୨୦୨୪ରୁ ଆରମ୍ଭ ହେବ ଓ ଜୁନ୍ ୨୦୨୪ରେ ଶେଷ ହେବ । ପରୀକ୍ଷା ତାରିଖ ଖୁବ୍ କମ୍ ଦିନ ମଧ୍ୟରେ ଘୋଷଣା କରାଯିବ ।
ପୋଷ୍ଟ:ଟ୍ରାଭେଲିଂ ଟିକେଟ୍ ଏକ୍‌ଜାମିନର(TTE ) :୮,୦୦୦
ବୟସ ସୀମା: ସର୍ବନିମ୍ନ ବୟସ-୧୮
ସର୍ବୋଚ୍ଚ ବୟସ-୨୮ ବର୍ଷ
ଦରମା: ୨୭,୪୦୦ରୁ ୪୫,୬୦୦ଟଙ୍କା ।
ଶିକ୍ଷାଗତ ଯୋଗ୍ୟତା:ପ୍ରାର୍ଥୀ ମାଟ୍ରିକ୍ ପରୀକ୍ଷା କିମ୍ବା ଯୁକ୍ତ ଦୁଇ ପରୀକ୍ଷା କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଡିପ୍ଲୋମା କରିଥିବା ଉଚିତ ।
ଚୟନ ପ୍ରକ୍ରିୟା:
-ଲିଖିତ ପରୀକ୍ଷା
-ଫିଜିକାଲ୍ ଟେଷ୍ଟ
-ମେଡିକାଲ୍ ଟେଷ୍ଟ
ଆବେଦନ ଫି’:ସାଧାରଣ ବର୍ଗ ଓ ଓବିସିଙ୍କ ପାଇଁ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚୀତ ଜାତି ଓ ଉପଜାତିର ପ୍ରାର୍ଥୀଙ୍କ ଲାଗି ଏହା ୩୦୦ଟଙ୍କା ରହିଛି ।
କିପରି କରିବେ ଆବେଦନ:
-ପ୍ରଥମେ ଏହାର ଅଧିକାରୀକ ୱେବସାଇଟ —କୁ ଯାଆନ୍ତୁ
-ସେଠାରେ ରେଲୱେ – ରିକ୍ରୁଟମେଣ୍ଟ ୨୦୨୪ ସର୍ଚ୍ଚ କରନ୍ତୁ ।
-ଏହିଠାରେ ଆପଣ ଆପ୍ଲାଏ ଅନଲାଇନ୍ ଲିଙ୍କ ପାଇଯିବେ
-ଏହା ଉପରେ କ୍ଲିକ୍ କରନ୍ତୁ ।
-ଏଠାରେ ସମସ୍ତ ସୂଚନା ଭରିବା ପରେ ପୁଣି ପରବର୍ତ୍ତୀ ବଟନରେ କ୍ଲିକ୍ କରନ୍ତୁ ।
-ସାଇଜ୍ ଅନୁଯାୟୀ ଆପଣଙ୍କ ଫଟୋ ଓ ଥମ୍ବ ଇମ୍ପ୍ରେସନ୍ ଅପଲୋଡ୍ କରନ୍ତୁ
-ଏହାପରେ ପରବର୍ତ୍ତୀ ପୃଷ୍ଠାରେ ଫି’ ଡିପୋଜିଟ୍ କରନ୍ତୁ ଓ ତାରିଖ ସେଭ୍ କରି ସବମିଟ୍ କରନ୍ତୁ ।

Get real time updates directly on you device, subscribe now.