fbpx

ଆପଣଙ୍କର ଲଭ୍ ନା ଆରେଞ୍ଜ ମ୍ୟାରେଜ ହେବ? ହସ୍ତରେଖାରୁ ଜାଣନ୍ତୁ ବୈବାହିକ ଜୀବନ କିପରି କଟିବ

ଓଡ଼ିଶା ଭାସ୍କର: ଏକ ଭଲ ଜୀବନ ସାଥୀ ମିଳୁ ବୋଲି ସମସ୍ତେ ଚାହାନ୍ତି । ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ନିଜ ପାର୍ଟନରଙ୍କୁ ନେଇ ଅନେକ କଳ୍ପନା କରିଥାଆନ୍ତି । ଏଥିସହ ଅବିବାହିତ ଲୋକଙ୍କ ମନରେ ଏହା ରହିଥାଏ ଯେ, ତାଙ୍କ ଲଭ ମ୍ୟାରେଜ ହେବ ନା ଆରେଞ୍ଜ ମ୍ୟାରେଜ ହେବ । ସେଥିପାଇଁ ସେମାନେ ନିଜ ଜନ୍ମ ଜାତକ, ହସ୍ତରେଖା ଜ୍ୟେତିଷଙ୍କୁ ଦେଖାନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ହସ୍ତରେଖା ଅନୁସାରେ, ହାତର ସବୁଠାରୁ ଛୋଟ ଆଙ୍ଗୁଠି ଅର୍ଥାତ କନିଷ୍ଠା ଆଙ୍ଗୁଠି ତଳେ ବୁଧ ପର୍ବତ ହୋଇଥାଏ । ଏହି ବୁଧ ପର୍ବତ ଉପରେ ବାହାରରୁ ଭିତରକୁ ଯେଉଁ ରେଖାମାନ ଥାଏ ସେହି ରେଖାକୁ ବିବାହ ରେଖା କୁହାଯାଏ । ଏହି ରେଖାରୁ ଆପଣ ଲଭ୍ ମ୍ୟାରେଜ ଏବଂ ଆରେଞ୍ଜ ମ୍ୟାରେଜ ବିଷୟରେ ଜାଣିବା ସହ ମ୍ୟାରେଡ ଲାଇଫ ବିଷୟରେ ଅନେକ ଜିନିଷ ଜାଣିପାରିବେ । ଏହି ରେଖାରେ ଏକ ଏଭଳି ଚିହ୍ନ ରହିଛି ଯାହା ଲଭ ମ୍ୟାରେଜ ହେବାର ସମ୍ଭାବନା ଅଧିକ ନା ଆରେଞ୍ଜ ମ୍ୟାରେଜ ହେବାର ସମ୍ଭାବନାକୁ ଦର୍ଶାଇଥାଏ ।

ବୃଦ୍ଧ ଆଙ୍ଗୁଠିର ତଳ ଭାଗକୁ ଶୁକ୍ର ପର୍ବତ କୁହାଯାଏ । ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଯେଉଁ ବ୍ୟକ୍ତିର ହାତରେ ଶୁକ୍ର ପର୍ବତ ଅଧିକ ଉପରକୁ ଉଠିକି ରହିଥାଏ ସେମାନଙ୍କର ଲଭ ମ୍ୟାରେଜ ହୋଇଥାଏ । ଅନ୍ୟପଟେ ଲଭ ଲାଇନ ଯେତେ ସ୍ପଷ୍ଟ ରହିବ ଆପଣଙ୍କର ଲଭ ମ୍ୟାରେଜ ହେବାର ସମ୍ଭାବନା ବଢିବ । ଯଦି ଏହି ରେଖା ଉପରେ ଅଧିକ ଗାର ବିଚ୍ଛେଦ କଲା ପରି ରୁହେ, ତେବେ ଆପଣଙ୍କର ବାରମ୍ବାର ବିବାହ ଭଙ୍ଗିବ ଯୋଡି ହେବ ।

ଯେଉଁମାନଙ୍କର ବିବାହ ରେଖା ସ୍ପଷ୍ଟ, ଗଭୀର ଏବଂ ଲମ୍ବା ଏହିପରି ଲୋକମାନେ ସେମାନଙ୍କର ଦାମ୍ପତ୍ୟ ଜୀବନରେ ଖୁସି ଭରି ରହିବ । ସେମାନେ ଏଭଳି ଜୀବନ ସାଥୀ ପାଆନ୍ତି ଯିଏ ସେମାନଙ୍କର ମନର ଭାବନାକୁ ବୁଝିପାରିବ । ଏଥିସହ ଶୁକ୍ର ପର୍ବତ ଯେତେ ସ୍ପଷ୍ଟ ରହିବ ବୈବାହିକ ଜୀବନରେ ସେତିକି ପ୍ରେମ ଏବଂ ରୋମାନ୍ସ ରହିବ ।

Get real time updates directly on you device, subscribe now.