fbpx
BJD SKY
BJD SKY

୭୦ ପ୍ରତିଶତ ଶସ୍ତାରେ ମିଳିବ କ୍ୟାନସର, ଡାଇବେଟିସ୍ ଓ ହୃଦରୋଗ ମେଡିସିନ୍! ଖୁବଶୀଘ୍ର କେନ୍ଦ୍ର ସରକାର କରିବେ ଘୋଷଣା

BJD

ନୂଆଦିଲ୍ଲୀ: କ୍ୟାନସର ଓ ଡାଇବେଟିସ ମଣିଷ ପାଇଁ ଦୁଇଟି ଭୟଙ୍କର ରୋଗ । ଏହାର ମେଡସିନ ପାଇଁ ସାଧାରଣ ଜନତା ଅନେକ ଅର୍ଥ ବ୍ୟୟ କରିଥାନ୍ତି । ତେବେ ଖୁବଶୀଘ୍ର କେନ୍ଦ୍ର ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ଘୋଷଣା ପରେ କ୍ୟାନସର, ଡାଇବେଟିସ୍ ଓ ହୃଦୟ ରୋଗର ମେଡିସିନ୍ ୭୦ ପ୍ରତିଶତ ଶସ୍ତାରେ ଉପଲବ୍ଧ ହେବ ।

ଏକ ସୂତ୍ର ମୁତାବକ, କେନ୍ଦ୍ର ସରକାର କ୍ୟାନସର, ଡାଇବେଟିସ ଓ ହୃଦରୋଗ ପରି ଗମ୍ଭୀର ବିମାରୀର ମେଡିସିନ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣ।। କରିପାରନ୍ତି । ଏହାଫଳରେ ଏହି ମେଡସିନଗୁଡ଼ିକର ମୂଲ୍ୟରେ ହ୍ରାସ ଘଟିବ । ଏନେଇ ସରକାର କିଛି ପ୍ରସ୍ତାବ ପ୍ରସ୍ତୁତ କରିସାରିଥିବା ବେଳେ କେବଳ ଚୂଡ଼ାନ୍ତ ନିଷ୍ପତ୍ତି ବାକି ରହିଛି ।

କିଛି ଗୁରୁତ୍ୱପୂର୍ଣ୍ଣ ମେଡିସିନର ଉଚ୍ଚ ମୂଲ୍ୟକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ସପକ୍ଷରେ ସରକାର ରହିଥିବା ଜଣେ ଅଧିକାରୀ କହିଛନ୍ତି । ଏକ ରିପୋର୍ଟ ମୁତାବକ, ଏହି ପ୍ରସ୍ତାବ ପାରିତ ହେବା ପରେ ଔଷଧ ମୂଲ୍ୟରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିବ ।

ରୋଗୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ଔଷଧର ଉଚ୍ଚ-ବ୍ୟାପାର ମାର୍ଜିନକୁ ସୀମିତ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏନେଇ ଆସନ୍ତା କାଲି ଫାର୍ମା ଉଦ୍ଦ୍ୟୋଗର ପ୍ରତିନିଧିଙ୍କର ଏକ ବୈଠକ ବସିବ । ସୂଚନାଯୋଗ୍ୟ ଯେ, କିଛି ମେଡିସିନର ବ୍ୟାପାର ମାର୍ଜିନ ୧୦୦ ପ୍ରତିଶତରୁ ଅଧିକ ରହିଛି ।

Get real time updates directly on you device, subscribe now.