fbpx

(Video) ଫସିଲେ ପ୍ରକୃତି ଓ ବାବୁସାନ୍! ଉଭୟଙ୍କୁ କମିଶନରେଟ୍ ପୋଲିସର ନୋଟିସ୍, ସତ୍ୟନଗର ଗେଷ୍ଟ ହାଉସରେ ଚାଲିଛି ଛାନଭିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜରାସ୍ତାରେ ଷ୍ଟାର ଦମ୍ପତ୍ତିଙ୍କ ହାଇଡ୍ରାମାକୁ ନେଇ ସବୁଆଡେ ଚର୍ଚ୍ଚା । ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ରାସ୍ତାରେ ଟଣାଓଟରା ସହ ମାଡ଼ ମାରିଛନ୍ତି ପତ୍ନୀ ତୃପ୍ତି ମହାନ୍ତି । ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିବା ନେଇ ବାବୁସାନଙ୍କ ପତ୍ନୀ ବଡ଼ ଖୁଲାସା ମଧ୍ୟ କରିଛନ୍ତି । ଘଟଣାକୁ ନେଇ ପ୍ରକୃତିଙ୍କ ବାପାମାଆ ଥାନାରେ ଅଭିଯୋଗ କରିଥିବା ବେଳେ ତୃପ୍ତି ମଧ୍ୟ ନିଜ ଶାଶୂଙ୍କ ସହ ଯାଇ ପଲଟା ଅଭିଯୋଗ କରିଛନ୍ତି ।

ଏହାରି ମଧ୍ୟରେ ବାବୁସାନ୍ ଓ ପ୍ରକୃତିଙ୍କୁ ଲାଗିଛି ବଡ଼ ଝଟକା । ଉଭୟଙ୍କୁ ନୋଟିସ୍ ପଠାଇଛି କମିଶନରେଟ୍ ପୋଲିସ । ଫୋନରେ ଉଭୟଙ୍କୁ ନୋଟିସ୍ ଜାରି କରାଯାଇଛି । ଥାନାରେ ହାଜର ହେବାକୁ ବାବୁସାନ୍ ଓ ପ୍ରକୃତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପକ୍ଷ ରଖିବାକୁ ଉଭୟଙ୍କୁ ଅବଗତ କରିଛି ପୋଲିସ ।

ଅନ୍ୟପଟେ ସିନେ ତାରକାଙ୍କ ହାଇଡ୍ରାମା ଘଟଣାରେ ବୟାନ ରେକର୍ଡ କରାଯାଉଛି । ଏତଲା ଆଧାରରେ ଉଭୟ ପକ୍ଷର ୭ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ । ଅପରାଜିତା ମହାନ୍ତି, ତୃପ୍ତି ଶତପଥୀ, ଲଳିତ ଶତପଥୀଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ତାଙ୍କ ମାଉସୀ ସଙ୍ଗୀତ ପ୍ରହରାଜ ଓ ମଉସା ଅଶୋକ ପ୍ରହରାଜଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉଛି । ସେହିପରି ପ୍ରକୃତି ମିା୍ୟଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣାପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରାଯାଉଛି । ତୃପ୍ତିଙ୍କ ଏତଲା ଆଧାରରେ ବାବୁସାନ ଓ ପ୍ରକୃତିଙ୍କୁ ପକ୍ଷ ରଖିବାକୁ କୁହାଯାଇଛି । ଓଡ଼ିଶା ଫେରିଲେ ତୁରନ୍ତ ନିଜ ପକ୍ଷ ରଖିବାକୁ ଉଭୟଙ୍କୁ କୁହାଯାଇଛି ।

ଏହା ସହ ସତ୍ୟନଗର ଗେଷ୍ଟହାଉସ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ । ଘଟଣାସ୍ଥଳରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୋଲିସ ପଚରାଉଚରା କରୁଛି । ଗତକାଲି ଏହି ସତ୍ୟନଗର ଗେଷ୍ଟହାଉସ ଆଗରେ ମାରପିଟ୍ ଲାଗିଲେ ଷ୍ଟାର ଦମ୍ପତ୍ତି । ଆଜି ତୃପ୍ତିଙ୍କ ଘରକୁ ଯିବେ ତଦନ୍ତକାରୀ ଟିମ୍ ।

Get real time updates directly on you device, subscribe now.