fbpx

ଏହି ଭାରତୀୟ ଖେଳାଳିଙ୍କୁ କ୍ୟାନସର: ସାହାଯ୍ୟର ହାତ ବଢାଇଲା BCCI, ବଡ଼ ଘୋଷଣା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ପାଇଁ ସଦାସର୍ବଦା ସାଥୀରେ ରହିଛି ଭାରତୀୟ କ୍ରିକେଟ ବୋର୍ଡ ବା ବିସିସିଆଇ । ବର୍ତ୍ତମାନ ଏହାର ପ୍ରମାଣ ମଧ୍ୟ ମିଳିଛି । ଭାରତର ଜଣେ ଖେଳାଳିଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇଛି ବିସିସିଆଇ । ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡ ବ୍ଲଡ କ୍ୟାନସରରେ ପୀଡ଼ିତ ଥିବା ନେଇ ଜାଣିବା ପରେ ସାହାଯ୍ୟ ପାଇଁ ଆଗେଇ ଆସିଛି ବୋର୍ଡ । ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଦାବି ପରେ ବିସିସିଆଇ ଅଂଶୁମାନଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଛି ।

ପୂର୍ବତନ ଭାରତୀୟ ଖେଳାଳି ଅଂଶୁମାନ ବ୍ଲଡ କ୍ୟାନସରରେ ପୀଡ଼ିତ ଥିବା ବେଳେ ଅର୍ଥାଭାବ ପାଇଁ ଚିକିତ୍ସା ବାଧାପ୍ରାପ୍ତ ହେଉଛି । ଏହା ଜାଣିବା ପରେ ପୂର୍ବତନ ଅଧିନାୟକ କପିଳ ଦେବ ଅଂଶୁମାନଙ୍କ ଚିକିତ୍ସା ପାଇଁ ନିଜ ପେନସନ ଡୋନେଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ମଦନଲାଲ, ମହିନ୍ଦର ଅମରନାଥ, ସନ୍ଦୀପ ପାଟିଲ ଏବଂ କିର୍ତ୍ତୀ ଆଜାଦ ମଧ୍ୟ ତାଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ତେବେ ଏହାପରେ ଭାରତର ପୂର୍ବତନ ଖେଳାଳିଙ୍କ ଚିକିତ୍ସା ପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତ ହୋଇଛି । ଅଂଶୁମାନଙ୍କ ଚିକିତ୍ସା ପାଇଁ ବୋର୍ଡ ତରଫରୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଏଥିପାଇଁ ତତ୍କାଳ ପରିସ୍ଥିତିରେ ଅଂଶୁମାନଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଏଭଳି ସଂକଟ ସମୟରେ ଭାରତୀୟ କ୍ରିକେଟ ବୋର୍ଡ ଅଂଶୁମାନଙ୍କ ସହ ରହିଛି ଏବଂ ତାଙ୍କୁ ସୁସ୍ଥ ହେବା ପାଇଁ ଯାହା ଆବଶ୍ୟକ ରହିବ, ତାହା ବୋର୍ଡ ପକ୍ଷରୁ କରାଯିବ । ଅଂଶୁମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରକିବ ବିସିସିଆଇ । ସେ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ବୋର୍ଡ ଆଶା ରଖିଥିବା କହିଛନ୍ତି ଜୟ ଶାହ । ଅଂଶୁମାନ ୧୯୭୪ ମସିହାରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ୪୦ଟି ମ୍ୟାଚରୁ ୧୯୮୫ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ୧୫ଟି ଦିନିକିଆ ମ୍ୟାଚରେ ୨୬୯ ରନ୍ କରିଛନ୍ତି ଅଂଶୁମାନ ଗାଏକ୍ୱାଡ ।

Get real time updates directly on you device, subscribe now.