fbpx

AC ବ୍ୟବହାରକାରୀଙ୍କ ପାଇଁ ସରକାରୀ ନିୟମ, ୨୭ ଡିଗ୍ରୀରୁ କମ୍ କରିପାରିବେ ନାହିଁ

ଖରା ଗରମରେ ଏସି ଥଣ୍ଡାରେ ବସିବାକୁ କାହାକୁ ବା’ ପସନ୍ଦ ନୁହେଁ । ଏସିରେ ତାପମାତ୍ରାକୁ କମ୍ କରନ୍ତୁ ଆଉ ଥଣ୍ଡା ଥଣ୍ଡା ପବନର ମଜା ନିଅନ୍ତୁ । କିନ୍ତୁ ଯଦି ସରକାରହିଁ ଏସିରେ ତାପମାତ୍ରା କମାଇବାକୁ ମନା କରନ୍ତି । ତେବେ ଆପଣ କ’ଣ କରିବେ ।

ଆଜ୍ଞା ହଁ, ଏଭଳି କିଛି ନିୟମ ଆଣିଛନ୍ତି ସ୍ପେନ ସରକାର । ୟୁରୋପ ଏହି ସମୟରେ ସବୁଠୁ ଅଧିକ ଗରମ ହେଉଛି । ଅନେକ ଦେଶରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଉ ଗରମରୁ ଲୋକମାନେ ଏସି ବ୍ୟବହାର କରିବା ବଢ଼ାଇଦେଇଛନ୍ତି, ଫଳରେ ଏଠାରେ ବିଜୁଳି ଚାହିଦା ବଢ଼ିବା ସହ ପରିବେଶ ଆହୁରି ଗରମପୂର୍ଣ୍ଣ ହୋଇଛି । ଏହି କାରଣରୁ ବିଜୁଳି ଦର ଏବଂ ହେଉଥିବା ଭୀଷଣ ଗରମରୁ ରକ୍ଷା ପାଇବା ପାଇଁ ସ୍ପେନ ଏକ ଆଦେଶ ଜାରି କରିଛନ୍ତି ।

ପ୍ରକୃତରେ ଏସି ଯୋଗୁଁ ଘର ଭିତରେ ସିନା ଥଣ୍ଡା ହୋଇଯାଏ, କିନ୍ତୁ ଏସିରୁ ବାହାରୁଥିବା ଗରମ ଗ୍ୟାସ୍ ପରିବେଶକୁ ଆହୁରି ଉତପ୍ତ କରିଦିଏ ।  ତେଣୁ ଜାରି ହୋଇଥିବା ଆଦେଶ କୁହାଯାଇଛି ଯେ ସାର୍ବଜନିକ ସ୍ଥାନରେ ଏସିକୁ ୨୭ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ଉପରେ ସେଟ୍ କରିବାର ଅଛି, ଏହି ସ୍ଥାନ ଗୁଡ଼ିକ ହେଉଛି, ଏୟାରପୋର୍ଟ, ଦୋକାନ, ଅଫିସ୍, ଥିଏଟର ଆଦି ସାମିଲ ରହିଛି ।  ଯଦି ଏହି ନିୟମକୁ କେହି ଉଲ୍ଲଘଂନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କୁହାଯାଇଛି ।

ତେବେ ସ୍ପେନ ଏଭଳି ପ୍ରଥମ ଦେଶ ନୁହେଁ ଯେଉଁଠାରେ ଏଭଳି ଏସି ନିୟମ ରହିଛି, ଗତ ମାସରେ ଗ୍ରୀସ ଏବଂ ଇଟାଲୀ ଭଳି ଦେଶରେ ଏହିଭଳି ଏସି ନିୟମ ଲାଗୁ କରିଛନ୍ତି ।

Get real time updates directly on you device, subscribe now.