fbpx
BSKY SKY
BSKY SKY

(Video) ନା କହି ପାରୁଛନ୍ତି, ନା ଶୁଣି ପାରୁଛନ୍ତି… କୋର୍ଟରେ କେସ୍ ଲଢୁଛନ୍ତି ଭାରତର ପ୍ରଥମ ଦିବ୍ୟାଙ୍ଗ ଓକିଲ

BSKY

ନୂଆଦିଲ୍ଲୀ: ଯେତେବେଳେ କୋର୍ଟରେ କିଛି ମାମଲାର ବିଚାର ଚାଲିଥାଏ ସେତେବେଳେ ଅଦାଲତରେ ଦୁଇ ପ୍ରତିପକ୍ଷ ଓକିଲଙ୍କ ଭିତରେ ହୋଇଥାଏ ତର୍କ ବିତର୍କ । ଅନେକ ବାକ୍ ଯୁଦ୍ଧ ଏବଂ ଆରୋପ ପ୍ରତ୍ୟାରୋପ ପରେ ଗୋଟିଏ ପକ୍ଷ ହିଁ ବିଜୟୀ ହୁଅନ୍ତି । ହେଲେ କେବେ ଶୁଣିଛନ୍ତି କି ବାକ୍ ଓ ଶ୍ରବଣ ବାଧିତ ବା କହିପାରୁନଥିବା କିମ୍ବା ଶୁଣି ପାରୁନଥିବା କୌଣସି ଆଇନଜୀବୀ କେସ୍ ଲଢିବାର । ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ କୌଣସି ଏକ ମାମଲାରେ ଜଣେ ବାକ୍ ଓ ଶ୍ରବଣ ବାଧିତ ଆଇନଜୀବୀଙ୍କ ଯୁକ୍ତିକୁ ଶୁଣିଛନ୍ତି ।

ଯୁକ୍ତି ଉପସ୍ଥାପନ କରିଥିବା ମହିଳା ଆଇନଜୀବୀ ଜଣକ ବାକ୍ ଓ ଶ୍ରବଣ ବାଧିତ ହୋଇଥିଲେ ହେଁ ସାଙ୍କେତିକ ଭାଷାର ବ୍ୟବହାର କରିଥିଲେ । ଏବଂ ଭାଷା ଅନୁବାଦକଙ୍କ ଜରିଆରେ ମାମଲା ସମ୍ପର୍କରେ ନିଜର ଯୁକ୍ତି ବାଢ଼ିଥିଲେ । ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏପରି ଘଟଣା ଘଟିଛି । ଭର୍ଚ୍ୟୁଆଲ ଶୁଶାଣିକୁ ନିୟନ୍ତ୍ରଣ କରୁଥିବା କଣ୍ଟ୍ରୋଲ ରୁମ ପ୍ରଥମେ ବାକ୍ ଓ ଶ୍ରବଣ ବାଧିତ ଆଇନଜୀବୀ ସାରା ସନ୍ନୀଙ୍କୁ ସ୍କ୍ରିନରେ ସ୍ଥାନ ଦେବାକୁ ମନା କରିଥିଲା । ତେଣୁ ତାଙ୍କ ଭାଷା ଅନୁବାଦକ ସୌରଭ ରୟ ଚୌଧୁରୀ ସ୍କ୍ରିନ ଉପରକୁ ଆସିଥିଲେ । ସାରା ସାଙ୍କେତିକ ଭାଷାରେ ରଖୁଥିବା ଯୁକ୍ତିକୁ ସୌରଭ ଅନୁବାଦ କରି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଆଗରେ ଉପସ୍ଥାପନ କରିଥିଲେ । ଏହା ଦେଖି ଜଷ୍ଟିସ ଚନ୍ଦ୍ରଚୂଡ଼ ଆଇନଜୀବୀ ସାରାଙ୍କୁ ସ୍କ୍ରିନରେ ଆଣିବା ପାଇଁ କଣ୍ଟ୍ରୋଲ ରୁମକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଉଭୟ ସୌରଭ ଓ ସାରା ମିଳିତ ଭାବେ ସ୍କ୍ରିନକୁ ଆସି ମାମଲା ଲଢିଥିଲେ ।

ଆଇନଜୀବୀ ସଞ୍ଚିତା ଅନ୍ନ ସୁପ୍ରିମକୋର୍ଟରେ ସାରା ଯୁକ୍ତି ରଖିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ମଧ୍ୟ ସମସ୍ତଙ୍କୁ ଆଇନର ସମାନ ପ୍ରକାରର ସୁବିଧା ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଗତବର୍ଷ ସେ ସ୍ୱତନ୍ତ୍ର ନିର୍ଦ୍ଦେଶନାମାରେ ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କହିଥିଲେ । ଏଠାରେ ଆମେ କହି ରଖିବାକୁ ଚାହିଁବୁ କି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଦୁଇ ପାଳିତା କନ୍ୟା ମଧ୍ୟ ଦିବ୍ୟାଙ୍ଗ । ଚଳିତ ବର୍ଷ ସେ ସେମାନଙ୍କୁ ସୁପ୍ରିମକୋର୍ଟ ଆଣି ଏଠାରେ କେମିତି କାମ ହୁଏ, ସେକଥା ବୁଝାଇଥିଲେ ।

Get real time updates directly on you device, subscribe now.