fbpx

ଜୟପୁର ବିସ୍ଫୋରଣ ମାମଲାରେ ୪ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଜୟପୁର, ୨୦ା୧୨: ୨୦୦୮ରେ ଜୟପୁରରେ ହୋଇଥିବା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ସେମାନେ ହେଉଛନ୍ତି ସଇଫୁର ରେହମାନ, ସରୱର, ମହମ୍ମଦ ସୟିଦ ଓ ସଲମନକୁ ଫାଶୀ ଦଣ୍ଡାଦେଶ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ୨୦୦୮ ମେ ୩୧ ତାରିଖରେ ଜୟପୁରରେ ୮ଟି ସିରିଏଲ ବିସ୍ଫୋରଣ ଘଟଣାରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହା ସହ ୧୮୫ ଜଣ ଆହତ ହୋଇଥିଲେ। ଏନେଇ ସ୍ୱତନ୍ତ୍ର ଅଦାଲତ ଏହି ୪ ଅପରାଧୀଙ୍କୁ ଗତ ୧୧ ତାରିଖ ଦିନ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଫାଶୀ ଦଣ୍ଡାଦେଶ ଘୋଷଣା କରାଯାଇଛି ।

Get real time updates directly on you device, subscribe now.