fbpx

ବିଜେପି ସରକାରଙ୍କ ନୀତି ଦେଶ ବିରୋଧୀ: ସୋନିଆ ଗାନ୍ଧି

ନୂଆଦିଲ୍ଲୀ,୨୦ା୧୨: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ବିଜେପି ସରକାରଙ୍କ ନୀତି ଦେଶ ବିରୋଧୀ । ସରକାରଙ୍କ ନୀତିକୁ ନିନ୍ଦା କରୁଛି କଂଗ୍ରେସ । ଏହାସହ ଗଣତନ୍ତ୍ରରେ ଲୋକଙ୍କ ସ୍ୱର କଣ୍ଠରୋଧ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଲୋକଙ୍କ ସ୍ୱର ଚାପିଦେଇଛି ବିଜେପି ସରକାର । ଲୋକଙ୍କ ମୌଳିକ ଅଧିକାର ଲାଗି ଛିଡ଼ା ହେବ କଂଗ୍ରେସ । ପ୍ରଦର୍ଶନକାରୀଙ୍କ ଉପରେ ବଳପ୍ରୟୋଗକୁ ନିନ୍ଦା କରୁଛୁ । ନାଗରିକତା ପ୍ରମାଣ ପାଇଁ ଲୋକେ ମିଛ କହିବାକୁ ବାଧ୍ୟ ହେଉଛନ୍ତି ବୋଲି ସୋନିଆ କହିଛନ୍ତି ।

ନାଗରିକତା ସଂଶୋଧନ ବିଲ୍ ଆଇନରେ ପରିଣତ ହେବା ପରେ ଦେଶର କେତେକ ସ୍ଥାନରେ ବିକ୍ଷୋଭ ସହ ହିଂସାକାଣ୍ଡ ଦେଖାଦେଇଛି । ଉତ୍ତରପ୍ରଦେଶ, ଦିଲ୍ଲୀ, ତ୍ରିପୁରା, ପଶ୍ଚିମବଙ୍ଗ ଏପରିକି ଓଡ଼ିଶାରେ ମଧ୍ୟ ବିକ୍ଷୋଭ ଦେଖାଦେଇଛି । ବିକ୍ଷୋଭକାରୀ ପୋଡ଼ାଜଳା ସହ ଭଙ୍ଗାରୁଜା କରିଛନ୍ତି ।

Get real time updates directly on you device, subscribe now.